No Result
View All Result
‘ତିନି ଶ୍ରେଣୀର ଛାତ୍ରୀ ତିନି ଭଉଣୀ ଭଳି ଚଳିବାକୁ ପରାମର୍ଶ’

ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ‘ଓଡ଼ିଆ ସ୧ାନ’ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଏହି ଅବସରରେ ଏକ ସଭା ବିଭଗୀୟ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତଙ୍କ ସଭାପିତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥିଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ଯୋଗଦେଇ ନବାଗତା ଓ ପୁରାତନ ତିନିଶ୍ରେଣୀର ଛାତ୍ରୀମାନେ ତୁମେ ଗୋଟିଏ ମାଆର ୩ଝିଅ । ତେଣୁ ତୁମେ ୩ଭୋଉଣୀ ଭଳି ପରସ୍ପର ମଧ୍ୟରେ ସମ୍ପର୍କର୍ ବାଂଟି ଚଳିବାକୁ ପରାମର୍ଶ ଦେଇଥିଲା ବେଳେ ଓଡିଆ ବିଭାଗର ଅଧ୍ୟାପକ ମଳୟକୁମାର ମଲ୍ଲିକ ଓଡ଼ିଆ ଭାଷାକୁ ‘ସ୧ାନ’ ଭାବେ ରଖି ପାଠପଢ଼ିବାକୁ ଆଗ୍ରହ ପ୍ରକାଶ କରିଥିବା ନବାଗତଛାତ୍ରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରେଣୀରେ ପଢ଼ାଯାଉଥିବା ପାଠକୁ ନିଷ୍ଠାର ସହ ପଢି ଭଲନମ୍ବର ରଖି ଉତୀଣ୍ଣର୍ ହୋଇ ମହାବିଦ୍ୟାଳୟର ଟେକରଖିବାକୁ ପରାମର୍ଶ ଦେଇଥିଲେ ।

ସ୧ାନିତ ଅତିଥିଭାବେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତକୁମାର ରାଉତ, ଅଧ୍ଯାପକ ହୃଷିକେଶ ତ୍ରିପାଠୀ,ଅରୁଣକୁମାର ମିଶ୍ର, ସନ୍ତୋଷକୁମାର ଜେନା, ପଦ୍ମଭୁଷଣ ରାଉତରାୟ ଓ ଅଧ୍ୟାପିକା ରୋଜାଲିନା ମହାନ୍ତି, ତାରିଣୀତନୟା ସର, ଲିପ୍ସା ମିଶ୍ର ଓ ଝୁନୁମଣି ଜେନା ପ୍ରମୁଖ ଯୋଗଦେଇ ଶିକ୍ଷା ଅଧ୍ୟୟନପ୍ରତି ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଚରିତ୍ର ପ୍ରତି ବିଶେଷ ଧ୍ୟାନ ଦେବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ସଭା ପ୍ରାରମ୍ଭରେ ନାବାଗତା ଛାତ୍ରୀମାନଙ୍କୁ ପୁଷ୍ପଗୁଛେ ଦେଇ ସ୍ୱାଗତ କରାଯାଇଥିଲା ବେଳେ ଆବାହନି ସଙ୍ଗୀତ ପୁଜାରିଣୀ ସା, ବର୍ଷାରାଣୀ ସାହୁ, ମଧୁସ୍ମିତା ଜେନା, ସ୍ନେହଲତା ପରମାଣିକ ଓ ରାଜଲକ୍ଷ୍ମୀ ସାମନ୍ତରାୟ ପରିବେଶଣ କରିଥିଲେ ।

୩ୟ ବର୍ଷର ଛାତ୍ରୀ କାମେଶ୍ୱରୀ ପଣ୍ଡା, ଅଧ୍ଯାପକ ହୃଷିକେଶ ତ୍ରିପାଠୀ ସ୍ଥିତପ୍ରଜ୍ଞା ବାରିକ, ଅଶାଲତା ବିଶ୍ୱାଳ, ଲୋପାମୁଦ୍ରା ବାରିକ, ରୂପାଲି ବାରିକ, ନମିତା ସେଠୀ, ମିରାବତି ପୂର୍ତୀ, ଶୁଭଲକ୍ଷ୍ମୀ ସାହୁ, ରାନୁ ପଣ୍ଡା, ସଂଗୀତା ନାୟକ ଓ ୨ୟ ବର୍ଷର ଶିବାନୀ ମଲ୍ଲିକ, ଅଲିଭା ସାହୁ, ଅଶାଲାତା ମଲ୍ଲିକ, ଗାର୍ଗୀମଧୁପ ଣ୍ଣ ର୍ା ରାଉତ, ମମତାରାଣୀ ଜେନା, ସଂଗୀତା ଗୁରୁ, ଲତିକା ମଲିକ, ବର୍ଷରାଣୀ ପରିଡା, ପୟୋସିନୀ ରାଉତ, ମୋନାଲିସା ନାୟକ, ଶୁଭସ୍ମିତା ରାଉତ, ରୂପାଲି ରାୟ, ସୀମା ଦାସ ସଙ୍ଗୀତ ଓ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲ ।

ନବାଗତା ଛାତ୍ରୀ ଲକ୍ଷ୍ମୀପ୍ରିୟା ପାଢୀ, ପ୍ରିୟଙ୍କାପ୍ରିୟଦର୍ଶିନୀ ସାମଲ, ପ୍ରଣତି ବେହେରା, ଦେବସ୍ମିତା ଭଞ୍ଜ, ଶୁଭଲକ୍ଷ୍ମୀ ସାହୁ, ଗାୟତ୍ରୀ ସାହୁ, ଦେବସ୍ମିତା ବେହେରା ପ୍ରମୁଖ ପ୍ରତି ଉତରରେ ବଡଭଉଣୀମାନଙ୍କର ଉପଦେଶ, ଗୁରୁଜନଙ୍କୁ ଭକ୍ତି ଓ ଆଦେଶ ମାନି ଭଲପଢି ମହାବିଦ୍ୟାଳୟର ନାଁ ରଖିବାକୁ କହିଥିଲେ । ଶେଷରେ ୩ୟବର୍ଷର ଛାତ୍ରୀ ସୁଚିସ୍ମିତା ପତି ଧନ୍ୟବାଦ ଅର୍ପଣ କରିଥଲେ ।

No Result
View All Result