No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) କୋରାଇ :- କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ:- ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାଘଟଣାରେ ଦୋଷିକୁ କଠୋର ଦଣ୍ଡ ସହ ସଂପୃକ୍ତିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ବିଧାନ ଓ ମମିତାଙ୍କ ପରିବାରକୁ ସୁରକ୍ଷା ଦାବି ନେଇ ଆଜି କୋରାଇ ବ୍ଲକ କଂଗ୍ରେସ ପକ୍ଷରୁ ଶାନ୍ତି ଭାବେ ୬ଘଂଟିଆ ପୂର୍ଣ୍ଣ ହରତାଳ କରାଯାଇଛି । ବ୍ଲକ କଂଗ୍ରେସର ସଭାପିତ ଅକ୍ଷୟକୁମାର ଜେନାଙ୍କ ତତ୍ୱାବଧନାରେ କୋରାଇର ବିଭିନ୍ନ ସ୍ଥାନରେ ଶାନ୍ତି ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରାଯିବା ସହ ବିଜେଡି ଦଳ, ନବୀନ ସରକା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନାମାରେ ନାରାବାଜୀ କରାଯିବା ପୂର୍ବକ କଟୁସମାଲୋଚନା କରାଯାଇଥିଲା । ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶା ଅନୁଯାୟୀ କଂଗ୍ରେସ ନେତା ଓ କର୍ମୀମାନେ ଏବଂ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିଭିନ୍ନ ଛକ ବଜାରରେ ପଥପ୍ରାନ୍ତ ସଭା କରାଯାଇଥିଲା ।
ବୈତରଣୀରୋଡ ଠାରେ ସୁରେନ୍ଦ୍ର ପାଣିଙ୍କ ନେତୃତ୍ୱରେ ନୀଳମଣି ଜେନା, ସୁଧିର ମହାନ୍ତି, ବାବୁଲା ଚକ୍ରବର୍ତୀ, ମୁସ୍ତାକ ଅଲ୍ଲୀ ଖାଁ, ଶରତ ପଣ୍ଡା, ଶ୍ରୀକାନ୍ତ ମଲ୍ଲିକ, ବିନୋଦ ପଲେଇ, ସୁରେଶ ସାହୁ, ଜଳଧର ଜେନା କୈଳାଶ ଦାସ, ଗୋପାଳ ଜେନା, ଭ୍ରମର ମଲ୍ଲିକ ବହୁ କର୍ମୀ ବକ୍ତବ୍ୟ ପ୍ରାଦନ କରିଥିଲେ । ସେହିପରି ଅନ୍ୟସ୍ଥାନମାନଙ୍କରେ ଅମୂଲ୍ୟ ରାଜ, ରମେଶ ବିନ୍ଧାଣି, ଶ୍ରୀଧର ସ୍ୱାଇଁ, ପରିକ୍ଷିତ ମଲିକ, ମିଲନ ଖୁଂଟିଆ ପ୍ରମୁଖ ବହୁ କର୍ମୀ ସାମଲି ହୋଇଥିଲେ । କାହାରିକୁ ଜୋର ଜବରଦସ୍ତ ବନ୍ଦ ପଳାନରେ ସାମିଲ କରାଯାଇ ନଥିଲା । ମୋଟାମୋଟି ଭାବେ ଶାନ୍ତି ପୂର୍ଣ୍ଣ ଭାବେ କଂଗ୍ରେସ ଓ ତା’ର ସମାଭାବାପନ୍ନ ଦଳ ପକ୍ଷରୁ ଶାନ୍ତିଭାବେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଶାନ୍ତି ପୂର୍ଣ୍ଣ ଭାବେ ହରତାଳ କରଯାଇଥିଲା ବେଳେ ବରୁଣ୍ଡାଇ ବଜାର ସମେତ କୋରାଇର ବିଭିନ୍ନ ଅଂଚଳ ବନ୍ଦ ହୋଇଥିଲା ।
No Result
View All Result