No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ସର୍ବପୁରାତ ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠରେ ଆଜି ଡିଜିଟାଲ(ଅଟଳ ଟଙ୍କରିଙ୍ଗ) ଲ୍ୟାବ ଜିଲା ଶିକ୍ଷାଅଧିକାରୀ ରଞ୍ଜନ କୁମାର ଗିରିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ବିଦ୍ୟାଳୟଟି ସରକାରଙ୍କ ୫ଟି କାର୍ଯ୍ୟକ୍ରମର ‘ସ୍ମାର୍ଟ ସ୍କୁଲ’ ଯୋଜନାରେ ସାମିଲ ହୋଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଦ୍ୟାଳୟରେ ଚାଲୁ ରହିଛି । ବିଦ୍ୟାଳୟର ଏହି ରୂପାନ୍ତିକରଣ କାର୍ଯ୍ୟ ତନକ୍ଷି କରିବାଲାଗି ଜିଲା ଶିକ୍ଷାଅଧିକାରୀ ଶ୍ରୀ ଗିରି ଆସିଥିଲା ବେଳେ ତାଙ୍କ ସହିତ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶଶୀଧର ସିଂ ମଧ୍ୟ ଆସିଥିଲେ ।

ଏହି ଅବସରେ ନୂତନଭାବେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ଲ୍ୟାବକୁ ଦୁଇଅଧିକାରୀ ଆନୁଷ୍ଠାନିକଭାବେ ଉଦଘାଟନ କରିବା ପୂର୍ବକ ବିଦ୍ୟାଳୟର ‘ସ୍ମାର୍ଟ ସ୍କୁଲ’ ଯୋଜନାରେ ନିର୍ମାଣାଧିନ କାର୍ଯ୍ୟଗୁଡିକ ବୁଲି ଦେଖିଥିଲେ । ନୀତି ଆୟୋଗଙ୍କ ଆର୍ôଥକ ଅନୁଦାନରେ ସ୍ଥାପିତ ଏହି ଲ୍ୟାବ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁବ ଶିଘ୍ର ଏକ କର୍ମଶାଳା ହେବ ବୋଲି ଜିଲା ଶିକ୍ଷାଅଧିକାରୀ ଶ୍ରୀ ଗିରି ସୂଚନା ଦେଇଥିଲେ । ଆଜିର ଏହି ଉଦଘାଟନି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟିତ୍ରୀ ମିରିନା ମହାନ୍ତି, ପରିଚାଳନା କମିଟିର ସଭାପତି ମାଧବାନନ୍ଦ ସାହୁ, ‘ମୋ ସ୍କୁଲ’ ଅଭିଯାନର ସଭାପତି ଦିଲ୍ଲୀପକୁମାର ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

No Result
View All Result