No Result
View All Result
1. ରଣପୁର ପ୍ରଦେଶ କଂଗ୍ରେସ କାର୍ଯ୍ୟକ୍ରମ ରେ ରାଜ୍ୟ ମୁଖପାତ୍ର ଶୁଭଶ୍ରୀ ପଣ୍ଡାଙ୍କର ମିଳୁନି ଦେଖା , ନୟାଗଡ଼ ଜିଲ୍ଲା ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ କର୍ମୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ ।
2. ପ୍ରଦେଶ କଂଗ୍ରେସ ଦଳର ମୁଖପାତ୍ର ଶୁଭଶ୍ରୀ (ମିଲି) ପଣ୍ଡା ଙ୍କ ଅନୁପସ୍ଥିତିକୁ ଜିଲ୍ଲା ସଭାପତି ରଣଜିତ ଦାସ ଓ ଦଳର ବରିଷ୍ଠ କର୍ମୀ ମାନେ ଦୃଢ ଅସନ୍ତୋଷ ପ୍ରକାଶ କରିଛନ୍ତି ।
3. ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି , ବିଜେଡି ଦଳ କର୍ମୀ ମାନଙ୍କ ଦ୍ୱାରା ନିଜ ନିଜ ସଙ୍ଗଠନ କୁ ମଜବୁତ କରିବାରେ ଲାଗିଥିବା ବେଳେ ପ୍ରଦେଶ କଂଗ୍ରେସ ନେତ୍ରୀ ଶୁଭଶ୍ରୀଙ୍କ ପାଇଁ ଅଲୋଡ଼ା ହୋଇ ପଡିଛନ୍ତି ଦଳୀୟ କର୍ମୀ ।
ଓଡ଼ିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଶୁକ୍ରବାର) ରଣପୁର :- ଚାଲିଛି ଗଣବିକ୍ଷୋଭ,ମମିତା ମେହର ଙ୍କ ହତ୍ୟାକାଣ୍ଡ ରେ ତେଜୁଛି ଜିଲ୍ଲା ପ୍ରଦେଶ କଂଗ୍ରେସ ହେଲେ ସେହି କାର୍ଯ୍ୟକ୍ରମ ରେ ରାଜ୍ୟ ମୁଖପାତ୍ର ଶୁଭଶ୍ରୀ ପଣ୍ଡା ଙ୍କର ଦେଖା ମିଳୁନି । ସାରା ଓଡିଶା ରେ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ନିଆଁ ଜଳୁଥିବା ବେଳେ ରାଜ୍ୟ ମୁଖପାତ୍ର ବୋଲାଉଥିବା ନାରୀ ନେତ୍ରୀ ମିଲି ପଣ୍ଡାଙ୍କର ନାହିଁ ଦେଖାଦର୍ଶନ । ନୟାଗଡ଼ ଜିଲ୍ଲା ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ କର୍ମୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ମମିତା ମେହେର ଙ୍କ ହତ୍ୟାକାଣ୍ଡକୁ ନେଇ ରଣପୁର ପ୍ରଦେଶ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପ୍ରଦେଶ କଂଗ୍ରେସ ନାରୀ ନେତ୍ରୀଙ୍କ ର ଦର୍ଶନ ନାହିଁ ।
ତେବେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ରଣପୁର ବ୍ଲକ ରେ ଘୋର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ହେଁ ପ୍ରଦେଶ କଂଗ୍ରେସ ନାରୀ ନେତ୍ରୀ ତଥା ବିଧାୟିକା ପାର୍ଥିନୀ ଶୁଭଶ୍ରୀ ପଣ୍ଡା ଯୋଗ ଦେଇନଥିବା ଦେଖା ଦେଇଛି । ବିଗତ ଦିନରେ ରଣପୁର ରେ ହୋଇଥିବା ତହସିଲ ଘେରାଉ , ମଦ ଦୋକାନ ସ୍ଥାନାନ୍ତର ଦାବିରେ ହୋଇଥିବା ଆନ୍ଦୋଳନ ଓ ୭୫ ତମ ସ୍ୱାଧୀନତା ଦିବସ ରେ ପ୍ରଦେଶ କଂଗ୍ରେସ ଦଳର ରାଜ୍ୟ ମୁଖପାତ୍ର ତଥା ବିଧାୟିକା ପାର୍ଥିନୀ ଶୁଭଶ୍ରୀ ପଣ୍ଡା ଦଳ କୁ ଅଣଦେଖା କରୁଥିବା ବେଳେ କର୍ମୀ ମାନଙ୍କୁ ସହଯୋଗ କରୁନଥିବା ଦେଖାଦେଉଛି ।
ଯଦି ଦଳ ନେତ୍ରୀ ଶୁଭଶ୍ରୀ ପଣ୍ଡା ପ୍ରଦେଶ କଂଗ୍ରେସର କାର୍ଯ୍ୟକ୍ରମ ଗୁଡିକରେ ଏଭଳି ପ୍ରମୁଖ ଯୋଗ ନଦେବେ ତେବେ ଆଗକୁ ପ୍ରଦେଶ କଂଗ୍ରେସ ସଙ୍ଗଠନ ର ଡଙ୍ଗା ବୁଡିବାର ଆଶଙ୍କା ଜୋର ଧରିଛି । ଏଭଳି ପ୍ରଦେଶ କଂଗ୍ରେସ ଦଳର ମୁଖପାତ୍ର ଶୁଭଶ୍ରୀ (ମିଲି) ପଣ୍ଡା ଙ୍କ ଅନୁପସ୍ଥିତିକୁ ଜିଲ୍ଲା ସଭାପତି ରଣଜିତ ଦାସ ଓ ଦଳର ବରିଷ୍ଠ କର୍ମୀ ମାନେ ଦୃଢ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି , ବିଜେଡି ଦଳ କର୍ମୀ ମାନଙ୍କ ଦ୍ୱାରା ନିଜ ନିଜ ସଙ୍ଗଠନ କୁ ମଜବୁତ କରିବାରେ ଲାଗିଥିବା ବେଳେ ପ୍ରଦେଶ କଂଗ୍ରେସ ନେତ୍ରୀ ଶୁଭଶ୍ରୀଙ୍କ ପାଇଁ ଅଲୋଡ଼ା ପଡିଛନ୍ତି ଦଳୀୟ କର୍ମୀ । ନାରୀ ନେତ୍ରୀ ଙ୍କ ର ନାହିଁ ଆନ୍ଦୋଳନ ଏବଂ ବିକ୍ଷୋଭ ରେ ଯୋଗଦାନ କି ପଞ୍ଚାୟତ ନିର୍ବାଚନ ପାଇଁ ନାହିଁ ସଙ୍ଗଠନ ।
No Result
View All Result