ବୈପାରିଗୁଡା ବ୍ଲକ କଂଗ୍ରେସ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ବୈପାରିଗୁଡା :- ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକରିବା ସହ ଗିରଫ କରିବା ଦାବିରେ କଂଗ୍ରେସ ଦଳପକ୍ଷରୁ ବନ୍ଦଡାକରା ଦିଆଯାଇଥିବା ବେଳେ ବୈପାରିଗୁଡା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦଡାକରା କୁ ବୈପାରିଗୁଡା ବାସୀ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଥିବା ବେଳେ ରାସ୍ତାରେ କାଁ ଭାଁ କିଛି ଯାନବାହାନ ଯାତାୟତ କରୁଥିବାର ଦେଖାଯାଇଛି ! ବରିଷ୍ଟ କଂଗ୍ରେସ କର୍ମୀ ଗୌର ଚନ୍ଦ୍ର ପାତ୍ରଙ୍କ ନେତୁତ୍ବରେ ୨୦ ଗୋଟି ପଚଂୟାତର କର୍ମୀ ମାନେ ଏହି ବନ୍ଦ ଡାକରାରେ ଯୋଗଦାନ କରିଛନ୍ତି !

ଡାକରାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଦଳୀୟ ପତାକା ଧରି ମୁଖ୍ୟଛକରେ ରାଜ୍ୟସରକାରଙ୍କ ବିରୋଗରେ ସେଗ୍ଲାନ ଦେଇ ନାରାବାଜୀ କରିଥିଲେ । ତେବେ ବନ୍ଦର ପ୍ରଭାବ ବୈପାରିଗୁଡା ବ୍ଲକରେ ସଫଳ ହୋଇଥିବା ର ଦେଖିବାକୁ ମିଳିଛି । ବୈପାରିଗୁଡା ବ୍ଲକ କଂଗ୍ରେସଦଳ ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ଯ ସରକାର ଅପରାଧି ମନ୍ତ୍ରୀ ଙ୍କୁ ସୁରକ୍ଷା ଦେବା ପ୍ରତିବାଦ ରେ ଓ ସୁରକ୍ଷା ଦେଉଥିବା ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା କରିବା ,

ଦୁଷ୍କର୍ମ ପୀଡିତା ମମିତା ମେହେରଙ୍କୁ ନ୍ୟାୟ ଦେବାରେ ରାଜ୍ୟସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ଏହାର ତଦନ୍ତ କରିବା, ଏହି ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଙ୍କ ବିରୁଦ୍ଧରେ ଏପର୍ଯ୍ଯନ୍ତ କାହିଁକି କାର୍ଯ୍ୟାନୁଷ୍ଟାନ ନିଆଯାଇନାହିଁ ବୋଲି ଦାବି କରିଛନ୍ତି ଦଳୀୟକର୍ମୀ ! ତେବେ ତୁରନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପଦବୀରୁ ଇସ୍ତଫା ଦେବା ସହ ତାଙ୍କୁ ଗିରଫ କରାଯାଉ ବୋଲି କଂଗ୍ରେସ ବରିଷ୍ଟ କର୍ମୀ ଗୌର ଚନ୍ଦ୍ର ପାତ୍ର ଏବଂ କୋରାପୁଟ ସାଂସଦ ପ୍ରତିନିଥି ପି .ରମେଶ ପାତ୍ର ନିଜ ପ୍ରତିକିୟାରେ ପ୍ରକାଶ କରିଛନ୍ତି ।

ଏହି ବନ୍ଦ ଡାକରାରେ କୋରାପୁଟ ସାଂସଦ ପ୍ରତିନିଥି ପି.ରମେଶ ପାତ୍ର ,ପୂର୍ବତନ ବ୍ଲକ ସଭାପତି ଗୌର ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ଦଳେଇ,କୃଷକ ମୋର୍ଚ୍ଛା ଧନେଶ୍ବର ମାଝୀ, ଜଗନ୍ନାଥ ବିଶୋଇ, ରଘୁନାଥ ନାୟକ, ସତ୍ୟନାରାୟଣ ମହାନ୍ତି, ଗୁପ୍ତ ଟାକ୍ରାରୀ, ବ୍ଲକ ଯୁବ ସଭାପତି ଘାସି ନାଗ, ଏମ.ବାଲାଜୀ ରାଓ, ମହନ ଶ୍ରୀକିଲିଆ ପ୍ରମୁଖ ଉପସ୍ଥିତ ରହିଥିଲେ !