No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ଅଞ୍ଚଳକୁ ଆଜି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇ. ସଞ୍ଜୟ କୁମାର ମଲ୍ଲିକ ଏବଂ ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀ ଇ. ନଗେନ୍ଦ୍ର ନାଥ ମହାରଣା ମିଳିତ ଭାବେ ଆଜି ଜଳସେଚିତ ପ୍ରକଳ୍ପ ଦ୍ବାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବିସ୍ଥାପିତ ପରିବାରଙ୍କୁ ଯୋଗାଇଦିଆଯାଇଥିବା ସମସ୍ତ ମୌଳିକ ସୁବିଧା ଗୁଡିକ କିପରି ଲୋକଙ୍କ କାର୍ଯ୍ୟରେ ଆସୁଛି ପରିଦର୍ଶନ କରିଥିଲେ।

ବିସ୍ଥାପିତ କଲୋନୀ ଗୁଡିକରେ ହୋଇଥିବା ପକ୍କା ରାସ୍ତା, ଡ୍ରେନ, କଲଭର୍ଟ, ପାଣି ଟାଙ୍କିବିସ୍ଥାପିତଙ୍କ ନିମନ୍ତେ ବାସଗୃହ ସ୍ଥାନ ସମତଳ କାର୍ଯ୍ୟ ଗୁଡିକ ପରିଦର୍ଶନ କରିବା ସହ ଶୈଳଙ୍ଗ ଏବଂ ବୈଦ୍ୟନାଥପୁର ବିସ୍ଥାପିତ କଲୋନୀ ଦେଖିଥିଲେ । ସେହି ବିସ୍ଥାପିତ କଲୋନୀରେ କେତକ ବିସ୍ଥାପିତ ବର୍ତ୍ତମାନ ବାସଗୃହ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି ।


ଆଜି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ଦୁହେଁ କୁଆଁପଡା ଗ୍ରାମରେ ଆରମ୍ଭ ହୋଇଥିବା ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ । ଜଳସେଚନ ପ୍ରକଳ୍ପର ଟନେଲର ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକୁ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ପୁଙ୍ଖାନୁପୁଙ୍ଖ ବାରମ୍ବାର ଗସ୍ତ କରିବା ସହ ସମୀକ୍ଷା କରୁଥିବା ଜଣାପଡିଛି । ବର୍ତ୍ତମାନ ଦ୍ରୁତ ଗତିରେ ପ୍ରକଳ୍ପ କାର୍ଯ୍ୟ ସହ ବିସ୍ଥାପିତଙ୍କ ନିମନ୍ତେ ଥଇଥାନ କାର୍ୟ୍ଯ ମଧ୍ୟ ଚାଲୁରହିଥିବା ଦେଖିବାକୁ ମିଳିଛି ।

No Result
View All Result