No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମଭ୍ କରିଛନ୍ତି । ଏହି ସଚେତନତା ରଥ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକତଥା ପଞ୍ଚାୟତକୁ ଯଇ ଭୋଟର ତାଲିକାର ସଂଶୋଧନ ଉପରେ ଭୋଟର ମାନଙ୍କୁ ସଚେତନ କରାଇବ ବୋଲି କୁହାଯାଇଛି ।
ଯେଉଁ ଯୁବ ଭୋଟର ଙ୍କ ୧.୧.୨୦୨୨ ସୁଦ୍ଧା ୧୮ହେବାକୁ ଯାଉଛି ତେବେ ନିଜ ନାମକୁ ନୂତନ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଫର୍ମ-୬କୁ ପୂରଣ କରିପାରିବେ । ବାଦ ନିମନ୍ତେ ପ୍ର୍ମ-୭ ତଥା ସଂଶୋଧନ ନିମନ୍ତେ ଫ୍ରମ-୮ ୮(କ)ରେ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତିରିତ କରିପାରିବେ । ଏହା ଆସନ୍ତା ୨୧.୧୧.୨୦୨୧ ତାରିଖ ଦିନ ପ୍ରିତ ମତଦାନ କେନ୍ଦ୍ରରେ ସ୍ୱତନ୍ତର ପ୍ଚାର ଦିବସ ପାଳିତ ହେବ ।
ଉକ୍ତ ଦିନ ବୁଥ ସ୍ତରୀୟ ଅଧିକାରୀମାନେ ଦିନ ୧୦.୦୦ଘଣ୍ଟା ଠାରୁ ୫.୦୦ ଘଣ୍ଟା ପର୍ଯ୍ୟନ୍ତ ଭୋଟର ମାନଙ୍କଠାରୁ ଫର୍ମ ସଂଗ୍ରହ କରିବେ । ଜିଲ୍ଲାର ଯୁବ ଭୋଟରମାନଙ୍କୁ ନିଜ ନିଜ ନାମ ପଞ୍ଜିକରଣ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସହକରୀ ଉପଜିଲ୍ଲାପାଳ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପରିଚାଳନା କରିଥିବାବେଳେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ ।
No Result
View All Result