• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଷ୍ଟ୍ରପତିଙ୍କୁ କଣ କହିଲେ ଚାଟଶାଳୀ ମାଷ୍ଟ୍ରେ ..? – ପଦ୍ମଶ୍ରୀ ସମ୍ମାନ ଗ୍ରହଣ ବେଳେ

Proprietor Abhimanyu Maharana by Proprietor Abhimanyu Maharana
November 11, 2021
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
ରାଷ୍ଟ୍ରପତିଙ୍କୁ କଣ କହିଲେ ଚାଟଶାଳୀ ମାଷ୍ଟ୍ରେ ..? – ପଦ୍ମଶ୍ରୀ ସମ୍ମାନ ଗ୍ରହଣ ବେଳେ
Share on FacebookShare on TwitterWhatsapp

ରାଷ୍ଟ୍ରପତିଙ୍କୁ କଣ କହିଲେ ଚାଟଶାଳୀ ମାଷ୍ଟ୍ରେ ? ପଦ୍ମଶ୍ରୀ ସମ୍ମାନ ଗ୍ରହଣ ବେଳେ, ଦୁଇ ହାତ ଉର୍ଦ୍ଧ୍ବକୁ ଟେକି ଦେଶର ରାଷ୍ଟ୍ରପତିଙ୍କୁ ଆଶିର୍ବାଦ  କଲେ, ଶତାୟୁ ମଣିଷ ନନ୍ଦ ପୃଷ୍ଟି ….

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ଭୁବନେଶ୍ଵର :- ବ୍ରାହ୍ମଣୀ ନଈର ଗୋଟିଏ ଶାଖା କୁଣ୍ଡି କୂଳୁକୂଳୁ ନାଦରେ ବୋହିଯାଉଛି । କିଛି ଦୂରରେ ଦିଶୁଛି ସବୁଜ ପାହାଡର ମଥାନ । ଧାନବିଲ, କିଛି ଗଛବୃଛ ।  ସହରର ପରିବେଶ ଠାରୁ ବେଶ୍ ଦୂରରେ ଏକ ଶାନ୍ତ ନୀରବ ମୂଲକର ଅଜଣା ଏକ ଗାଁ – କନ୍ତିରା । ପଂଚାୟତ : ବରତଣ୍ଡା ବ୍ଲକ : ସୁକିନ୍ଦା ଜିଲ୍ଲା : ଯାଜପୁର | ଓଡିଶାର ରାଜଧାନୀ ଭୁବନେଶ୍ଵରଠାରୁ ତ ଅନେକ ଦୂର ଏ ଗାଁର ଭୂଗୋଳ ଆଉ ପରିସୀମା … ଏ ନିପଟ ମଫସଲ ଗାଁ ଠୁ ଦେଶର ରାଜଧାନୀ ନୂଆଦିଲ୍ଲୀ ଆଉରି ଦୂର କେତେ ହଜାର ମାଇଲର ଦୀର୍ଘ ପଥ –!! କିନ୍ତୁ, ହଜାର ମାଇଲ ଦୂର ଅତିକ୍ରମ କରି ଏଇ ଗାଁ ର ଏକ ଗୌରବମୟ ସ୍ୱର ଆଜି ଗୁଂଜରିତ ହୋଇଛି, ଦେଶର ରାଜଧାନୀ ନୂଆଦିଲ୍ଲୀରେ.. ।

ଏବଂ ଆମ ଦେଶର ସବୁଠାରୁ ମହାର୍ଘ ଓ ଭବ୍ଯ ରାଷ୍ଟ୍ରପତି ଭବନର ବର୍ଣ୍ଣାଢ୍ୟ ଅଂଗନ– ଦରବାର_ହଲ୍ ରେ ସମ୍ମାନିତ ହୋଇଛନ୍ତି ଏଇ ଅଖ୍ୟାତ ମାଟିର ଜଣେ ସୁଖ୍ୟାତ ମଣିଷ – ଦେଶର ଗୌରବମୟ ବେସାମରିକ ପଦ୍ମ ସମ୍ମାନରେ…। ୦୯ ନଭେମ୍ବର ୨୦୨୧ ମସିହାର ଶୀତୁଆ ଅପରାହ୍ନ । ପାଂଚ ଘଟିକାରେ ଆଜି ଆୟୋଜିତ ହୋଇଥିଲା, ଭାରତ ସରକାରଙ୍କ ପ୍ରଦତ୍ତ ପଦ୍ମ ସମ୍ମାନ ପ୍ରଦାନ ସମାରୋହ ର ଭବ୍ଯ ଓ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ, ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ । ଦେଶର ଏଇ ମହତ୍ତର ସମ୍ମାନ { ପଦ୍ମଶ୍ରୀ } ମିଳିଥିଲା ଆଜି ଯାଜପୁର ଜିଲ୍ଲାର ଜଣେ ସାଧାରଣ ଚାଟଶାଳୀ ମାଷ୍ଟ୍ରେ – ନନ୍ଦକିଶୋର ପୃଷ୍ଟି (103 )ଙ୍କୁ  ।

ଲାଲ୍ ରଂଗର ଖଣ୍ଡେ ସାଧାସିଧା ଲୁଗା ଓ ହାତକଟା ଜାମା ଥିଲା, ତାଙ୍କ ନିରାଡମ୍ବର ବେଶଭୂଷାର ଏକ ଛୋଟିଆ ଆବରଣ । ଆଉରି ଆଶ୍ଚର୍ଯ୍ୟ- ମାଷ୍ଟ୍ରେଙ୍କ ପାଦରେ ନଥିଲା, ହଳେ ଜୋତା !! ଖାଲିପାଦରେ ସାରା ଜୀବନ ବିତାଇ ଦେଇଥିବା ଏଇ ମହାନ୍ ଗୁରୁ ଦିଲ୍ଲୀ ନଗରୀ ଏବଂ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଭବନକୁ ଖାଲିପାଦରେ ହିଁ ଯାଇଥିଲେ ! ? ! ଆଜିର ଆଧୁନିକ ଯୁଗରେ ଯେଉଁଠି, ସ୍ମାର୍ଟ କ୍ଲାସରୁମ୍ କଥା କୁହାଯାଉଛି, କିଏ କଣ ସତରେ ବିଶ୍ୱାସ କରିବ- ୧୦୩ ବର୍ଷ ବୟସର ଏଇ ସାଧାରଣ ମଣିଷଟି ବର୍ଷ ପରେ ବର୍ଷ ବିନା ମୂଲ୍ୟରେ, ବିନା ଗୁରୁଦକ୍ଷିଣାରେ ଶହ ଶହ ପିଲାଙ୍କୁ ପାଠ ପଢେଇ ଆସୁଛନ୍ତି, ଆଜି ବି – ଗୋଟେ ନୁଆଣିଆ ଚାଟଶାଳୀରେ !!!

1939 ମସିହାରେ ବାଳକ ନନ୍ଦକିଶୋର ଗାଁ ପାଖ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ୍ କରି ଅଭାବ ଅନଟନ ଯୋଗୁଁ ଆଉ ପାଠ ପଢିପାରିଲେ ନାହିଁ । ପରିବାର ପୋଷଣ ପାଇଁ ସେ ନିଜେ ପାଠ ଛାଡିଲେ, ହଳ ଲଂଗଳ ଧରିଲେ ।  କିନ୍ତୁ 1946 ମସିହାରୁ ନିଜେ ଏକ ଚାଟଶାଳୀ ଖୋଲି ଛୋଟ ଛୋଟ ପିଲାଙ୍କୁ ମାଗଣାରେ ପାଠ ପଢେଇବାକୁ ଆରମ୍ଭ କଲେ ।  ଇତିମଧ୍ୟରେ ବ୍ରାହ୍ମଣୀ ନଦୀରେ କେତେ ପାଣି ବୋହିଗଲାଣି, ଦେଶ ସ୍ୱାଧୀନତା ପୂର୍ବରୁ ସେ ଆରମ୍ଭ କରିଥିବା ବିଦ୍ୟାଦାନ_ମହାଦାନ ବୃତ୍ତିଟି କିନ୍ତୁ ସେମିତି ଚାଲିଛି । ସେ ଦିନେ ବି ବିରାମ ନେଇ ନାହାନ୍ତି ଏଇ ମହାନ୍ କାର୍ଯ୍ୟରୁ ।  ଜେଜବାପ, ବାପ, ପୁଅ ଓ ନାତି – ଏମିତି ପିଢି ପରେ ପିଢି ପିଲାଙ୍କୁ ସେ ପାଠ ପଢେଇ ଚାଲିଛନ୍ତି, ୧୦୩ ବର୍ଷର ଏ ପରିଣତ ବୟସରେ ।

ଶୃଖଂଳିତ ଏବଂ ନୀତିନିଷ୍ଠ ନିୟମ ର ଜୀବନଚର୍ଯ୍ୟାହିଁ ସଂଭବତଃ ତାଙ୍କ ଦୀର୍ଘ ଓ ନୀରୋଗ ଜୀବନର ରହସ୍ୟ ବୋଲି କୁହାଯାଇପାରେ ।  କାରଣ ବୟସର ଏ ଉତ୍ତୀର୍ଣ୍ଣ ଅପରାହ୍ନରେ ବି ଗୁରୁକୂଳର ଏହି ଶତାୟୁ ଗୁରୁ ଆଜି ମଧ୍ୟ ବେଶ୍ ଚଳଚଂଚଳ ଏବଂ କାର୍ଯ୍ୟକ୍ଷମ । ଚଳିତ ବର୍ଷର ପଦ୍ମ ସମ୍ମାନ ଘୋଷଣା ହେବାର ପରଦିନ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଏଇ କନ୍ତିରା ଗାଁ ର ବରପୁତ୍ରଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲି ଏବଂ ତାଙ୍କ ପାଖରେ ପାଠପଢିଥିବା ସେହି ଗାଁ ର ୭୦|୭୫ ବର୍ଷ ବୟସର ତାଙ୍କ ଛାତ୍ରମାନଙ୍କୁ ବି ଭେଟିଥିଲି । ଗାଁ ରେ ଉତ୍ସବର ମାହୋଲ ଭଳି ପରିବେଶ ସୃଷ୍ଟି ହୋଇଥିଲା ।  ରାଜନେତା, ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କ ଭିଡ ଭିତରେ ମାଷ୍ଟ୍ରେ ଦିଶୁଥିଲେ ନିହାତି ଶାନ୍ତ, ନିରୀହ ଓ ନିର୍ବିକାର ।

ଏଇ ନିରୀହପଣ ଓ ତ୍ୟାଗ ସମର୍ପିତ ଜୀବନ ହିଁ ତାଙ୍କର ବଡ ପରିଚୟ ।  ଆଜି ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ କରକମଳରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ସମୟରେ ଏଇ ଚାଟଶାଳୀର ମାଷ୍ଟ୍ରେ ଭାରତର ପ୍ରଥମ ନାଗରିକଙ୍କୁ ଦୁଇ ହାତ ଉର୍ଦ୍ଧ୍ବକୁ ଉତ୍ତୋଳନ କରି ଆଶିର୍ବାଦ କରିବା ଦୃଶ୍ୟ ସମସ୍ତଙ୍କୁ ହଠାତ୍ ଚକିତ କରିଥିଲା ।  ଏହି ଭବ୍ଯ କାର୍ଯ୍ୟକ୍ରମରେ ଉପସ୍ଥିତ ଦେଶର ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ଗଣ୍ୟମାଣ୍ୟ ଅତିଥି ଏହି ଦୃଶ୍ୟ ଦେଖି କରତାଳି ଦେଉଥିବା ଦେଖିବାକୁ ମିଳିଥିଲା ।  ସମ୍ମାନ ଫଳକ ଓ ଉପାୟନ ଗ୍ରହଣ କରିବା ବେଳେ ମାଷ୍ଟ୍ରେ ଦୁଇଥର ଯାକ ହାତ ଉଠାଇ ଆଶିଷ ଜଣାଇଥିଲେ ଏବଂ ବିନୟୀ ରାଷ୍ଟ୍ରପତି ମଥାନତ କରି ଆଶିର୍ବାଦ ସ୍ୱୀକାର କରିଥିଲେ ।  ଏହାପରେ ରାଷ୍ଟ୍ରପତି ପଚାରି ଥିଲେ – ” ଆପଣ ,ଓଡିଶାରୁ ଆସିଥିବା ନନ୍ଦ ପୃଷ୍ଟି ? ” ସମ୍ମାନ ଗ୍ରହଣ କରିବା ପରେ ଚାଟଶାଳୀ ସାର୍ ,

ରାଷ୍ଟ୍ରପତିଙ୍କୁ କିଛି କହୁଥିବା ଏବଂ ମହାମହିମ ରାଷ୍ଟ୍ରପତି ମୁଣ୍ଡ ତଳକୁ କରି ଶୁଣୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଦିଲ୍ଲୀର ସଂଭ୍ରାନ୍ତ ଅଶୋକା ହୋଟେଲ [ ରୁମ୍ ନମ୍ବର -1426 ] ରେ ଭାରତ ସରକାରଙ୍କ ଅତିଥି ଭାବେ ରହୁଥିବା ନନ୍ଦ ସାର୍ ଙ୍କୁ ମୁଁ କୌତୁହଳୀ ହୋଇ ରାତିରେ ପଚାରିଥିଲି , ଆପଣ ରାଷ୍ଟ୍ରପତିଙ୍କୁ କଣ ଦୁଇ ପଦ କହିଲେ ?? ଓଡିଶାର ଏଇ ଜ୍ଞାନ ତପସ୍ଵୀ ଉତ୍ତର ଦେଲେ- ” ମୁଁ ରାଷ୍ଟ୍ରପତିଙ୍କ ପାଇଁ ଭଗବାନଙ୍କୁ ଡାକିକି ( ସ୍ମରଣ କରି ) ଆଶିର୍ବାଦ କଲି ଏବଂ ଏଇକଥା ମଧ୍ୟ ରାଷ୍ଟ୍ରପତିଙ୍କୁ କହିଲି ।”

ଆମ ମାଟିର ଏଇ ଅସାଧାରଣ ମଣିଷଙ୍କୁ ଚଳିତ ବର୍ଷ ଆମେ ଅଷ୍ଟମ ଓଳାଶୁଣୀ ଗୁମ୍ଫା ମହୋତ୍ସବ-2021 କାର୍ଯ୍ୟକ୍ରମରେ ସମ୍ମାନଜନକ ଓଳାଶୁଣୀ ସମ୍ମାନ ରେ ସମ୍ମାନିତ କରିବାର ସୁଯୋଗ ପାଇଥିଲୁ । ଏଇ ଆଧ୍ୟାତ୍ମିକ ଉତ୍ସବରେ ଉପସ୍ଥିତ ଥିଲେ – ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ରଙ୍କ ସମେତ ଅନେକ ଆଧ୍ୟାତ୍ମିକ ସାଧୁସନ୍ଥ ଓ ବିଦ୍ୱାନମାନେ … ଏଇ ଅନନ୍ୟ ଓ ଅସାଧାରଣ ଗୁରୁଙ୍କୁ ଆଜିର ବିଶେଷ ଦିନରେ ଜଣାଉଛି, ହାର୍ଦ୍ଦିକ ଶୁଭେଚ୍ଛା , ଅଭିନନ୍ଦନ ଓ ବିନମ୍ର ପ୍ରଣତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନର୍ଲା ଅଞ୍ଚଳରୁ ପୁଣି ଚୋରି

ନର୍ଲା ଅଞ୍ଚଳରୁ ପୁଣି ଚୋରି

June 16, 2026
ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

June 16, 2026
Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026

Recent News

ନର୍ଲା ଅଞ୍ଚଳରୁ ପୁଣି ଚୋରି

ନର୍ଲା ଅଞ୍ଚଳରୁ ପୁଣି ଚୋରି

June 16, 2026
ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

June 16, 2026
Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନର୍ଲା ଅଞ୍ଚଳରୁ ପୁଣି ଚୋରି

ନର୍ଲା ଅଞ୍ଚଳରୁ ପୁଣି ଚୋରି

June 16, 2026
ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version