No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ କରୋନା ନିୟମକୁ ପାଳନ କରି ଆଜି ଶିଶୁ ମହୋତ୍ସବ ସୁରଭି -୨୦୨୧ କାର୍ଯ୍ୟକ୍ରମ ସ୍ଥାନୀୟ ଚର୍ଚ୍ଚିକା ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଡମପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଦାଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି.କେ.ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦେବାଶିଷ ହାଜେରା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଅଶୋକ କୁମାର ପଟ୍ଟନାୟକ ଓ ପ୍ରଫୁଲ କୁମାର ବେହେରା, ସି.ଆର.ସି.ସି ବଳରାମ ପାଇକରାୟ ଯୋଗଦେଇଥିଲେ ।
ଅଷ୍ଟମ , ନବମ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି କର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୮ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଚର୍ଚ୍ଚିକା ସରକାରୀ ଉଚ୍ଚବ୍ୟିାଳୟର ଇତିଇସ୍ପିତା – ପ୍ରଥମ , ବିଏସ୍ ସରକାର ଉଚ୍ଚ ବିଦ୍ୟାଳୟର କିରଣ ମହାପାତ୍ର -ଦ୍ୱିତୀୟ, କରବର ସରକାରୀ ଉପ୍ରାବିଦ୍ୟାଳୟର ଜିଜ୍ଞାସା ବିଶ୍ୱାଳ ତୃତୀୟସ୍ଥାନ ଅଧିକାର କରିଥିଲେ । ପ୍ରବନ୍ଧ ଲିଖନରେ ତୁଳସୀପୁର ଆଦିତ୍ୟନାରାୟଣ ଦେବତା-୧ମ, ଢଁସର କୃଷକ ଉଚ୍ଚବିଦ୍ୟାଳୟର ସ୍ୱର୍ଣ୍ଣପ୍ରଭା ସ୍ୱାଇଁ -୨ୟ, ପଦନପୁର ବି.ଏନ୍. ବିଦ୍ୟାପୀଠର ଇଶ୍ୱର ଚନ୍ଦ୍ର ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଚିତ୍ରାଙ୍କନରେ ଚର୍ଚ୍ଚିକା ସରକାରୀ ଉଚ୍ଚବିଦ୍ୟାଳୟର ପଦ୍ୟୁମ୍ନୀ ପ୍ରଧାନ-୧ମ , ଓଏଭି ଗୋବିନ୍ଦପୁରର ଶର୍ମୀଷ୍ଠା ପ୍ରିୟଦର୍ଶନୀ -୨ୟ, ପଦନପୁର ବି.ଏନ୍.ବିଦ୍ୟାପୀଠର ସନାତନ ପ୍ରଧାନ-୩ୟସ୍ଥାନ ଅଧିକାର କରିଛନ୍ତି । ସଂଗୀତରେ ସରକାରୀ ଉଚ୍ଚବିଦ୍ୟାଳୟ ଶମିଳିପୁରର ସୌମ୍ୟରଞ୍ଜନ ବେହେରା -୧ମ, ଓଏଭି ଗୋବିନ୍ଦପୁରର ଅନନ୍ୟା ପ୍ରିୟଦର୍ଶିନୀ ଦ୍ୱିତୀୟ, କୁସୁପଙ୍ଗି ଉଚ୍ଚବିଦ୍ୟାଳୟର ମାମୁନୀ ବେଉରା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଏଭି ଗୋବିନ୍ଦପୁରର ମନୀସା ପ୍ରିୟଦର୍ଶନୀ ୧ମ, ଏସ୍.ଏସ୍.ଡି. ବିଦ୍ୟାପୀଠର ବର୍ଷାରାଣୀ ସ୍ୱାଇଁ ଗ୍ରୁପ୍ ୨ୟ, ସରକାରୀ ଉପ୍ରାବିଦ୍ୟାଳୟ ଶିଶୁଆର ଅଙ୍କିତା ସ୍ୱାଇଁ ଗ୍ରୁପ୍ ତୃତୀୟସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସି.ଆର.ସି.ସି ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ସି.ଆର.ସି.ସି ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result