ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୧ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ପ୍ରବନ୍ଧ,ଚିତ୍ରାଙ୍କନ,ତର୍କ , ସୋଲୋ ସଙ୍ଗ,ଏବଂ ସାଂସ୍କୃତିକ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ୧୩ କ୍ଲଷ୍ଟର ର ରେ ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ପ୍ରବନ୍ଧ ପ୍ରତିଯୋଗିତାରେ ବାଲଣ୍ଡା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ସିପାଲି ଗୋଚ୍ଛାୟତ ପ୍ରଥମ,ଚିତ୍ରାଙ୍କନ ପ୍ରତିଯୋଗିତାରେ ମାଳିସାହି ଗତିକେଶ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ପରିଡ଼ା ପ୍ରଥମ,ତର୍କ ପ୍ରତଯୋଗିତାରେ ହରିପୁର ସୋମନାଥ ଦେବ ବିଦ୍ୟାପୀଠ ର ଦଶମ ଶ୍ରେଣୀ ଛାତ୍ରୀ ନିର୍ଲିପ୍ତା ବେହେରା ପ୍ରଥମ, ଶୋଲୋ ସଙ୍ଗ ପ୍ରତିଯୋଗିତାରେ ହରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ୍ ସୁବୁଦ୍ଧି ପ୍ରଥମ ଏବଂ ସାଂସ୍କୃତିକ ପ୍ରତିଯୋଗିତାରେ ଡିମିରି ଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ରୋଜାଲିନ ବେହେରା ଓ ତାଙ୍କ ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।ବିଚାରକ ଭାବେ ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ ଏବଂ ଶିକ୍ଷକ ଭବାନୀ ଚରଣ ପ୍ରଧାନ ଯୋଗଦେଇଥିଲେ ।
କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନା ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ,ରବୀନ୍ଦ୍ର ନାଥ ରାଜ୍ ଙ୍କ ସମେତ ୧୩ ଟି କ୍ଲଷ୍ଟର ର ସି ଆର୍ ସି ସି ମାନେ ସହଯୋଗ କରିଥିଲେ।ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ,ଛାତ୍ରୀ ମାନେ ଆଗାମୀ ୧୪ ତାରିଖରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।