No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର )ଖୋର୍ଦ୍ଧା :- ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପୂର୍ବ ଭାରତର ବିକାଶ ପାଇଁ ଓଡିଶାକୁ ପ୍ରାଧ୍ୟାନ୍ୟ ଅବସରରେ ଆଜି ଶ୍ରୀ ସୁଦୀପ୍ତ ରାୟଙ୍କୁ ଇଣ୍ଡିଆନ ଅଏଲ କମ୍ପାନୀର ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ରାୟ ଓଡିଶା ସରକାରଙ୍କ ଯୋଗାଣ ବିଭାଗ ଅଧିନରେ ଦୁଇ ଦୁଇ ଥର ଅଧ୍ୟକ୍ଷ ଭାବେ ସୁଚାରୁରୂପେ କାର୍ଯ୍ୟ ଭାର ତୁଲାଇଥିଲେ । ତାଙ୍କ ଅଧ୍ୟକ୍ଷତା ସମୟରେ ଚାଷୀ ମାନଙ୍କ ଠାରୁ ଧାନ କିଣା ହେବା ଓ ରାଜ୍ୟରେ ଦୁଇ ଟଙ୍କିଆ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
ସେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ କାର୍ଯ୍ୟ ସହ ରାଜ୍ୟ ବିଜେପିର ବିଭିନ୍ନ ପଦ ପଦବୀ ବିଭିନ୍ନ ସଂଗଠନ ଦାୟିତ୍ୱରେ କାର୍ଯ୍ୟ କରିବା ସହ ବର୍ତମାନ ରାଜ୍ୟ ବିଜେପିର ମୁଖପାତ୍ର ରୂପେ ଅବସ୍ଥାପିତ ଅଛନ୍ତି । ସେ ଜଟଣୀ ବିଧାନସଭା ବିଜେପିର ପାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ତାଙ୍କର ଏହି ନିଯୁକ୍ତି ସୂଚନା ମିଳିବା ପରେ ରାଜ୍ୟ ବିଜେପି ତଥା ଜଟଣୀରେ ଆନନ୍ଦର ମାହଲ ପରିଲକ୍ଷିତ ହୋଇଛି। ଏହି ଅବସରରେ ଶ୍ରୀଯୁକ୍ତ ସୁଦୀପ୍ତ ରାୟ ପ୍ରଧାନମନ୍ତ୍ରୀ ସମ୍ମାନୀୟ ଶ୍ରୀ ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ କୃତଜ୍ଞତା ଜଣାଇଛନ୍ତି ।
No Result
View All Result