ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଓଡ଼ଗାଁ :- ଶିକ୍ଷାମଣ୍ତଳ ଅନ୍ତର୍ଗତ କୁରାଳ କ୍ଲଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦଣ୍ଡୋରର ଦ୍ବିତୀୟ ଶ୍ରେଣୀର ଛାତ୍ରୀ ତମନ୍ନା ପଟ୍ଟନାୟକ ଜାତୀୟ ପୁଷ୍ଟି ମିଶନ୍ ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ବ ପ୍ରମାଣପତ୍ର ହାସଲ କରିଛନ୍ତି । ଉକ୍ତ ପ୍ରତିଯୋଗିତା ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ରୀୟ ହୋମିଓପାଥି ଅନୁସନ୍ଧାନ ପରିଷଦ
(ଦିଲ୍ଲୀ) ଆନୁକୂଲ୍ୟରେ ଡ. ଅଂଜଳୀ ଚାଟାଜିର୍ ଆଂଚଳିକ ହୋମିଓପାଥି ଅନୁସନ୍ଧାନ ପରିଷଦ (କୋଲକତା) ପକ୍ଷରୁ ଆୟୋଜିତ ହୋଇଥିଲା । ରାଷ୍ଟ୍ରୀୟ ପୋଷଣ ମାସ–୨୦୨୧ ଉପଲକ୍ଷେ ଆୟୋଜିତ ଏହି ଜାତୀୟ ପୁଷ୍ଟି ମିଶନ୍ ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ତମନ୍ନାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀ ଶୁଭେଛା ଜଣାଇଛନ୍ତି ।