No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଚାନ୍ଦପୁର :- ଚଳିତ ମାସ ୧୬ ତାରିଖ ଅପରାହ୍ନରେ ଟାଙ୍ଗୀ,ଖୋରଧାରେ ଆତ୍ମପ୍ରକାଶ କରିବାକୁଯାଉଛି (କଡ଼ାଜବାବ)ନାମକ ପାକ୍ଷିକ ପତ୍ରିକା ଏହା ମାଳଂଚ଼ଟ୍ରଷ୍ଟ ଦ୍ୱାରା ପରିଚାଳିତ ଯାହାର ସଂପାଦନା ଦାୟିତ୍ୱରେ ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ଵାଳ (ମାଲବାବୁ) ଅଛନ୍ତି I ଆଞ୍ଚଳିକ ସମ୍ବାଦର ପ୍ରାଥମିକତା ଓ ବ୍ୟବସ୍ଥାର ବ୍ୟତ୍ରିକ୍ରମ ବିରୁଦ୍ଧରେ ଏହି ପାକ୍ଷିକ ସମ୍ବାଦପତ୍ର ସ୍ଵର ଉଠାଇବାସହ ଜନବିରୋଧି କାର୍ଯ୍ୟର କଡ଼ାଜବାବ ଦେବ I
ଶ୍ରୀବିଶ୍ଵାଳଙ୍କ ଦୀର୍ଘ ରାଜନୈତିକ ପ୍ରଶାସନିକ ସାମାଜିକ ସାଂସ୍କୃତିକ କ୍ରୀଡ଼ା ସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ଅନୁଭୂତି ରହିଛି ଓ ତିନି ଦଶନ୍ଧିରୁ ଉର୍ଦ୍ଧ୍ଵକାଳ ସମାଜ ଖବରକାଗଜର ସାମ୍ବାଦିକତା କରିଛନ୍ତି ଓ ପୂଜ୍ୟ ରାଧାନାଥ ରଥଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସିଛନ୍ତି । ନିଜର ପ୍ରତିବଦ୍ଧତା ପାଇଁ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି I
ଏପରିକି ତାଙ୍କର ଶୁଭେଛୁମାନେ ୬୦ବସନ୍ତର ଏକ ଅଭିନନ୍ଦନିକା ପୁସ୍ତକ ପ୍ରକାଶ କରିଛନ୍ତି । ଚାନ୍ଦପୁର ଟାଙ୍ଗୀ ଚଣ୍ଡେଶ୍ଵର ବାଣପୁର ବାଲୁଗାଁ ରଣପୁର ରାମେଶ୍ଵର କୁହୁଡ଼ି କାଳୁପଡ଼ା ସରପାରି ନିରାକରପୁର ପ୍ରଭୃତି ଅନେକ ଅଂଚଳରେ ବୁଦ୍ଧିଜିବୀମାନେ କଡାଜବାବ ପତ୍ରିକା ଉଦଘାଟନ ତଥା ଉଜ୍ବଳ ଦୀର୍ଘାୟୁ ର ଆଲୋଚନ କରୁଛନ୍ତି l
ପତ୍ରିକାର ସ୍ବର ସାଧାରଣଜନତା ରସ୍ୱାର୍ଥ ପାଇଁ ଶାଣିତ ହେବାର ଲକ୍ଷ୍ୟ ରହିଛି I ସମସ୍ୟା ର ସମାଧାନ ପାଇଁ କଡାଜବାବ ଆଲୋକବର୍ତ୍ତିକାହେବ I ଭବିଷ୍ୟତ ରୂପରେଖ ସଂପର୍କେ ଉଦ୍ୟୋକ୍ତା ମାନଙ୍କ ଓ ସଂପାଦକଙ୍କ ବକ୍ତବ୍ୟ କଣ ରହିଛି ତାହା ଉଦ୍ଘାଟନ ଦିନକୁ ସାଧାରଣ ପାଠକ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।କାଳିଆ କରୁଣା ବରଷୁଥାଉ ଉଦ୍ୟମ ଫଳବତୀ ହେଉ |
No Result
View All Result