କାର୍ତିକ ମାସ ହେଉଛି ସବୁଠାରୁ ପବିତ୍ର ଓ ପୂଣ୍ୟ ର ମାସ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଭୁବନେଶ୍ୱର :-  କାର୍ତିକ ମାସ ହେଉଛି ସବୁଠାରୁ ପବିତ୍ର ଓ ପୂଣ୍ୟ ର ମାସ । ପ୍ରତେକ ଦିନ ସଖାଳ ଧୂପ ସମ୍ପୂର୍ଣ ପରେ ବାଳ ଧୂପ ନୀତି ଅନୁଷ୍ଠିତ ହୋଇଥାଏ ଓ ଏହିମାସ ରେ କେଉଁ ଦିନ କି ପ୍ରକାର ପ୍ରଭୁ ଙ୍କୁ ବେଶ କରା ଯାଏ ସମସ୍ତ ବିବରଣୀ ପଢନ୍ତୁ ।

କାର୍ତିକ ଶୁକ୍ଳ ଏକାଦଶୀ – ଠିଆକିଆ ବେଶ
ଦ୍ୱାଦଶୀ – ବାଙ୍କଚୂଡ ବେଶ
ତ୍ରୟୋଦଶ-ଡାଳିକିଆବେଶ
ଚତୁର୍ଦ୍ଦଶୀ – ଆଡ଼କିଆ
ପୂର୍ଣ୍ଣିମା – ରାଜରାଜେଶ୍ୱର ବେଶ ଓ କାର୍ତିକ ଶୁକ୍ଳ ଦ୍ୱାଦଶୀରୁ ଚତୁର୍ଦ୍ଦଶୀ ମଧ୍ୟରେ ଯେଉଁବର୍ଷ ପଞ୍ଚକ ପାଞ୍ଚଦିନ ନ ହୋଇ ଛଅ ଦିନ ପଡିଥାଏ । ଉକ୍ତ ମଳ (ଅଧିକ)ତିଥିରେ ମଣିମା ଙ୍କ ନାଗାଅର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ

କାର୍ତ୍ତିକ :- ଇତି ତଦ୍ ବଚନଂ ଶ୍ରୁତ୍ୱା ପୃଥୁଃ ବିସ୍ମିତ ମାନସଃ।
ସମ୍ପୁଜ୍ୟ ନାରଦଂ ଭକ୍ତ୍ୟା ବିସସର୍ଜ ତଦା ପ୍ରିୟେ।।

ଏମନ୍ତେ ନାରଦଙ୍କ ବାଣୀ । ସେ ପୃଥୁ ରାଜା କର୍ଣ୍ଣେ ଶୁଣି।।
ବିଚାରି ଧର୍ମ ଉପଦେଶ । ନୃପତି ହୋଇଲା ସନ୍ତୋଷ ।।
ନାରଦ ବାକ୍ୟ ମନେ କରି । ସଂସାରେ ଧର୍ମ ଉଦେ କରି ।।
ଜ୍ଞାନ ପାଇଲେ ଏକେ ଏକେ । ମୁନି ଯେ ଗଲେ ବ୍ରହ୍ମଲୋକେ।।
ସେ ମୁନି ବଚନେ ଅମୃତ । ସଂସାରେ ହୋଇଲା ବିଖ୍ୟାତ ।।
ଯେ ତାହା ଶ୍ରୁତି ପଥେ ଶୁଣି । କି ଅବା ସୁଜନେ ବଖାଣି ।।
ଯେ ଜନ ଶ୍ରଦ୍ଧାଯୁକ୍ତ ପୁଚ୍ଛେ । ସେ ସର୍ବ ମୁକ୍ତିପଥ ଗଚ୍ଛେ।।
ଏମନ୍ତ କୃଷ୍ଣ ମୁଖୁ ଶୁଣି । ପୁଣି ପୁଛନ୍ତି ଠାକୁରାଣୀ।।
ମୋର ସଂଶୟ ଦୂର କର । ଭୋ ପ୍ରଭୁ କରୁଣା ସାଗର।।
କଳହ ନାମେ ଯେଉଁ ନାରୀ । ସେ ସ୍ବାମୀ ଦ୍ରୋହ ପାପକରି।।
ବନେ ପିଶାଚୀ ହୋଇଥିଲା । ବିପ୍ର ତାହାକୁ ଧର୍ମ ଦେଲା ।।
ସେ ଧର୍ମେ ହୋଇଲା ମୁକତ । ଏଥକୁ ପୁଚ୍ଛଇ ଏମନ୍ତ ।।
ଯେବଣ ସ୍ତିରୀ ମୂର୍ଖ ପଣେ । ନ ସେବେ ସ୍ବାମୀର ଚରଣେ।।
ଉତ୍ତମ କଥା ନ ଶୁଣଇ । ଧର୍ମ କେ ତାହା ନ ଜାଣଇ।।
କେହି ନ ଦେବେ ତାକୁ ଧର୍ମ । ଏମନ୍ତ ହେବ ଯାର କର୍ମ।।
ତାହାକୁ ଅଛି ଯେଉଁ ଗତି । ବିଚାରି କହ ଜଗଜ୍ୟୋତି ।।
କୃଷ୍ଣ ବୋଲନ୍ତି ପ୍ରିୟେ ଶୁଣ । ସଂସାର ବିଧାତା ଭିଆଣ ।।
ଜ୍ଞାନ ଅଜ୍ଞାନ ଦୁଇ ମତେ । ବିଶେଷ ଅଛନ୍ତି ଜଗତେ ।।
ତାହାଙ୍କ ପାପ ପୁଣ୍ୟ ଫଳ । ଦିନକୁ ଦିନ କରି ଠୁଳ ।।
ବିଧାତା ହେଉଅଛି ବାଣ୍ଟି । ଯାହାକୁ ଯାହା କର୍ମେ ଘଟି ।।
ତାହା କରିବା ବିଧି ମତେ । ହେ ପ୍ରିୟେ ଶୁଣ ଏକଚିତ୍ତେ।।
ସଂସାର ଚାରି ଧର୍ମ ସାର । ସେ ଯେ ଅତ୍ୟନ୍ତ ପ୍ରିୟ ମୋର।।
ବୃକ୍ଷଙ୍କ ମଧ୍ୟରେ ତୁଳସୀ । ତିଥିରେ ବ୍ରତ ଏକାଦଶୀ ।।
କ୍ଷେତ୍ର ଦ୍ଵାରକାପୁର ସ୍ନାନ । ମାସେ କାର୍ତ୍ତିକ ବିଦ୍ୟମାନ ।।
କାର୍ତ୍ତିକ ବ୍ରତ ମନେ ଧରି । ଯେ ମୋତେ ସେବେ ମୂଳ କରି।।
ତାର ଦୁର୍ଗତି ଦୂରେ ଯାଇ । ଏକେ ସେ ଅନ୍ତେ ମୋତେ ପାଇ।।
ଯେ ପୁଣ ଥାଇ ତାର ସଙ୍ଗେ । ପାପ ନ ରହେ ତାର ଅଙ୍ଗେ ।।
ସେହି ଲଭଇ ମୋକ୍ଷ ଗତି । ଏଥି ଉତ୍ତାରୁ ଶୁଣ ସତୀ ।।
ଯେ ଜନ ହେବ ଦଣ୍ଡଧାରୀ । ଯେ ଲୋକ ଗ୍ରାମେ ଅଧିକାରୀ।।
ଯେ ପ୍ରାଣୀ କୁଳର ନାୟକ ।ଏ ତିନି ମଧ୍ୟେ ଯେତେ ଲୋକ।।
ଅର୍ଜନ୍ତି ପାପ ପୁଣ୍ୟ କର୍ମେ । ସେ ଷଡ଼ଭାଗ ହୋଇ ଗମେ।।
କର୍ତ୍ତା ଲଭଇ ପାଞ୍ଚଭାଗ । ଅଧିକାରୀର ଅଂଶ ଭୋଗ ।।
ଭୋଜନ ପରଷିବାଠାରେ । ଯେ ପରାପର ମନେ ଧରେ।।
ଆପଣା ସ୍ନେହ ଅନୁସରି । ପରଷେ ଅନ୍ନ କ୍ଷୁଦ୍ର କରି ।।
ସେ ଲୋକ ଯେତେ ପାପେ ଥାଇ। ତିନି ଭାଗରୁ ଅଂଶେ ପାଇ।।
ଯେ ପାପ ପୁଣ୍ୟ କହିବାରେ । ବୁଦ୍ଧି ଦାୟକ ହୋଇ ତାରେ ।।
କି ଅବା କରେ ଉଦଯୋଗ । ସେ ପ୍ରାଣୀ ଲଭେ ସମଭାଗ ।।
ଯେ ଜନ ପର ନିନ୍ଦା କରେ । ପିଶୁନ ବଚନ ଧିକ୍କାରେ।।
ସେ ତିନି ଅଂଶ ପାପ ଯାଇ । ଯେ ଯାହା ସଙ୍ଗେ ସଙ୍ଗ ହୋଇ।।
ଉଭୟ ପାପ ପୁଣ୍ୟ ଯେତେ । ଚତୁର୍ଥ ଅଂଶ ଲଭେ ନିତ୍ୟେ ।।
ଯେ ଜନ ମହାପାପୀ କହି । ସୁବର୍ଣ୍ଣ ଚୋର ଗୁରୁଦ୍ରୋହୀ ।।
ବ୍ରହ୍ମ ଇତ୍ୟାଦି କୃତଘନ । ଏ ଚାରି ଲୋକ ସଙ୍ଗଜନ ।।
ପାଞ୍ଚ ହେଁ ସମ ମହାପାପୀ । ଚତୁର୍ଥ ଅଂଶୀ ଆନ ରୂପୀ ।।
ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।।
ଯେ ବଳେ ପରଦ୍ରବ୍ୟ ହରେ । କି ଅବା ଆପେ ଚୋରି କରେ।।
ଦାମ୍ଭିକ ପଣେ ଧର୍ମ କରେ । ଅଧର୍ମ ଅର୍ଥୀ ଅର୍ଥ ହରେ ।।
ଅର୍ଥୀର ପାପ ଯେତେ ଥାଇ ।ଦାମ୍ଭିକ ଦେହେ ବସେ ଯାଇ।।
ଗୃହିଣୀ ପୁତ୍ର ଶିଷ୍ୟ ଭୃତ୍ୟ । ଏ ଚାରିଜନ ଲୋକମତ ।।
ସୁଚିତ୍ତେ ସେବା ଅନୁକ୍ରମେ । କାରିଣୀ ହୋନ୍ତି ପ୍ରଭୁ ଧର୍ମେ।।
ଚିତ୍ତ ହରଣ କରେ ଯେହୁ । ଉଭୟ ପାପେ କର୍ତ୍ତା ସେହୁ।।
ଗୃହସ୍ଥ ଧର୍ମ ଯେବେ କରି । କି ଅବା ପାପ ହିଁ ଆଚରି ।।
କୁଟୁମ୍ବ ଜନଙ୍କୁ ପୁଚ୍ଛିବ । ପ୍ରଭୁ ଭକ୍ତଙ୍କୁ ପଚାରିବ ।।
ଯୁବତୀ ପାପ ପୁଣ୍ୟବେନି । ଷଡ଼ ଅଂଶରେ ସ୍ବାମୀ ଘେନି।।
ସେବକ କର୍ମ ଏହି ରୂପେ । ସାମନ୍ତ ହୃଦଗତେ ବ୍ୟାପେ।।
ଯେବଣ ଜନ ଋଣ କରି । ଶୁଝି ନ ପାରି ଯାଏ ମରି ।।
ସେ ଧର୍ମ ଅର୍ଜିଥାଇ ଯେତେ । ସାଧୁତା ଦ୍ରବ୍ୟ ଅନୁଗତେ ।।
ଖାତକ ତହୁଁ ଧର୍ମ ପାଇ । ଯମ କରଣେ ବୁଝି ଦେଇ ।।
ଦ୍ରବ୍ୟ ସମାନେ ପାପ ପାଇ । ଖାତକ ନର୍କେ ପଡ଼ିଥାଇ।।
ଯେ ଇଷ୍ଟ ଅର୍ଥେ ମାଗି ଦ୍ରବ୍ୟ । ଆଣି ଗାର୍ହସ୍ଥ୍ୟ କରେ ସର୍ବ।।
ଦାତା ଲଭଇ ଯେବା ଧର୍ମ । ଯେବେ ତା ଥାଇ ପାପକର୍ମ ।।
ଗ୍ରାହ୍ୟ ଅଙ୍ଗରେ ବସେ ଯାଇ । କହନ୍ତି ପ୍ରଭୁ ଭାବଗ୍ରାହୀ ।।
ଏମନ୍ତ ପାପପୁଣ୍ୟ ଯେତେ । ସଂସାରେ ହେଉଥାଇ ନିତ୍ୟେ।।
ଏକ ଆରେକ କର୍ମ ମେଣ୍ଟି । ବିଧାତା ଦେଇଅଛି ବାଣ୍ଟି ।।
କେବଳ କଲା କର୍ମ ସାର । ଆପଣେ ଦେଲେ ପାଇପାର।।
ଯେବେ ଲଭିବ ପୁଣ୍ୟ ଯଶ । ବିକଳେ ଆତ୍ମା କଲେ ନାଶ ।।
ଏହି ପ୍ରକାରେ ପାପ ପୁଣ୍ୟେ । ଘେନି ସଂସାରେ ଜନମାନେ।।
ଆରୋହି କର୍ମମୟ ରଥେ । ସ୍ୱର୍ଗ ନରକ ବେନି ପଥେ ।।
ସାଧୁ ଅସାଧୁ ସଙ୍ଗ ଫଳେ । ଗତ ଆଗତ କାଳେ କାଳେ ।।
ପ୍ରାଣୀ ହୁଅନ୍ତି ଆତଯାତ । କହନ୍ତି ବସୁଦେବ ସୁତ ।।
କେବଳ ସଂସାର ସାଗରେ । ସୁଜନେ ସଙ୍ଗେ ଥିଲେ ତରେ।।
ଭଣଇ ମହାଦେବ ଦାସ । ସୁଜନ ଜନରେ ବିଶ୍ବାସ ।।

(ଲେଖା :-ମଣିମା ଙ୍କ ସେବକ ଶିଵ ଶଙ୍କର ଖୁଣ୍ଟିଆ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ)