ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ, ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
1. ନବୀନ ନିବାସ ଆଗରେ କଳାପତାକା ପ୍ରଦର୍ଶନ ବେଳେ ଉଠାଇନେଲା ପୋଲିସ
2. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହ କରାଗଲା
3. ମୃତ ମମିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ
4. ଶାସକ ଦଳର ମନ୍ତ୍ରୀ ଅପହରଣ, ଧର୍ଷଣ କରୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି : ଦିଲୀପ ମହାନ୍ତି
ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଭୁବନେଶ୍ୱର :- ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପି ତରଫରୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦିଆଯାଇଛି । ରାଜ୍ୟ ସରକାର ପୀଡିତା ଓ ତା ପରିବାରକୁ ନ୍ୟାୟ ଦେଉପାରୁନାହାଁନ୍ତି, ଦୋଷୀଙ୍କୁ ଘଂଟ ଘୋଡାଉଛନ୍ତି ଓ ବର୍ତମାନ ଯେପରି ମୃତ ମମିତାଙ୍କ ମାସିକ ଶ୍ରାଦ୍ଧ ଦେବାକୁ କଳାହାଣ୍ଡି ଯାଉଛନ୍ତି । ସେଥିପାଇଁ ଭୂବନେଶ୍ୱରରୁ ଆରମ୍ଭ କରି କଳାହାଣ୍ଡି ପର୍ଯ୍ୟନ୍ତ ସବୁ ସ୍ଥାନରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ ସେଠାରେ ତାଙ୍କୁ ବିରୋଧ କରାଯିବ ବୋଲି ଦଳ ପୂର୍ବରୁ ଚେତାବନୀ ଦେଇଥିଲା ।
ଭୂବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ଯାଉଥିବା ସମୟରେ କଳାପତାକା ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ବିକ୍ଷୋଭକାରୀଙ୍କୁ ଶିଶୁଭବନ ଛକ ପାଖରେ ପୋଲିସ ଅଟକ ରଖିବା ସହ ଗିରଫ କରିଥିଲା । ମମିତା ହତ୍ୟାକାଣ୍ଡ ଘଟଣା ଘଟିବାର ମାସେ ବିତିଲାଣି ଏବଂ ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ‘କଟା ଘା ରେ ଚୁନ’ ସଦୃଶ । ଯେ ପର୍ଯ୍ୟନ୍ତ ମୃତ ମମିତାକୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
ମହିଳା ସମାଜ ଏଠାରେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଶାସକ ଦଳର ମନ୍ତ୍ରୀ ଅପହରଣ, ଧର୍ଷଣ କରୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ବୋଲି ବରିଷ୍ଠ ନେତା ଦିଲ୍ଲିପ ମହାନ୍ତି କହିଛନ୍ତି । ସେହିପରି ଏୟାରପୋର୍ଟ ଛକରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମୀରଂଜନ ମୁଦୁଲିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି ।
ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଭୂବନେଶ୍ୱର ସାଂଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ମଣ୍ଡଳ ସଭାପତି ଦାମଦୋର ବେହେରା, ରାମଚନ୍ଦ୍ର ରଣସିଂହ, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ଅରୁଣ ପୁରହିତ, ଅମରଜ୍ୟୋତି ଜଗଦ୍ଦେବ, ବିଜୟ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ଶିବ ବେହେରା, ତୃପ୍ତିମୟୀ ମକଦ୍ଦମ,