ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଟିଭିଏସ୍ ମୋଟର କଂପାନିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବେଣୁ ଶ୍ରୀନିବାସନଙ୍କୁ ଆଜି ରାଷ୍ଟପ୍ରତି ଭବନରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରିଛନ୍ତି । ବାଣିଜ ଓ ଶିଳ୍ପ କ୍ଷେତ୍ର ପ୍ରତି ଅବଦାନ ଲାଗି ଶ୍ରୀଯୁକ୍ତ ଶ୍ରୀନିବାସନଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ଦକ୍ଷିିଣ ଭାରତରେ ଗ୍ରାମ୍ୟ ବିକାଶର ଏକ ସ୍ୱତନ୍ତ୍ର ମଡେଲ୍ ଜରିଆରେ ସମାଜ ପ୍ରତି ନିଜର ପ୍ରତିବଦ୍ଧତାକୁ ନେଇ ତାଙ୍କର ଥିବା ଉତ୍ସାହ ପାଇଁ ସେ ପରିଚିତ ।
ଶ୍ରୀଯୁକ୍ତ ବେଣୁ ଶ୍ରୀନିବାସନ ହେଉଛନ୍ତି ଟିଭିଏସ୍ ଗ୍ରୁପ୍ର ଅଧ୍ୟକ୍ଷ ଯାହା ଅଧୀନରେ ରହିଛି ସୁନ୍ଦରମ-କ୍ଲେଟନ୍ ଓ ଏକ ବିଶ୍ୱସ୍ତରୀୟ ଲୋକପ୍ରିୟ ଦୁଇ ଚକିଆ ଓ ତିନି ଚକିଆ ନିର୍ମାତା ଟିଭିଏସ୍ ମୋଟର କଂପାନି । ୨୦୨୦ରେ ଶ୍ରୀଯୁକ୍ତ ଶ୍ରୀନିବାସନଙ୍କୁ ଭାରତର ରାଷ୍ଟ୍ରପତି ସମ୍ମାନଜନକ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରିଥିଲେ । ୧୯୯୬ରେ ସ୍ଥାପନ କରାଯାଇଥିବା ଶ୍ରୀନିବାସନ ସର୍ଭିସେସ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ହେଉଛନ୍ତି ଶ୍ରୀଯୁକ୍ତ ଶ୍ରୀନିବାସନ । ଏହି ଟ୍ରଷ୍ଟ ୫୦୦୦ରୁ ଅଧିକ ଗ୍ରାମରେ ପରିଚାଳିତ ହେଉଛି ଏବଂ ଏହା ଗୁରୁତ୍ୱ ଦେଉଥିବା କ୍ଷେତ୍ରଗୁଡ଼ିକ ହେଉଛି ମହିଳା ସଶକ୍ତୀକରଣ ଓ ବନୀକରଣ ।