No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଏହି ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ର ବିଭିନ୍ନ ଗ୍ରାମପଞ୍ଚାୟତରେ ହିତାଧିକାରୀମାନଙ୍କୁ ଏହି ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି । ନୂଆପଡ଼ା ଜିଲ୍ଲାର ସମୁଦାୟ ୧ ଲକ୍ଷ ୭୨ ହଜାର ୬୪୩ ହିତାଧିକାରୀ ଏହି କାର୍ଡ ଦ୍ୱାରା ଉପକୃତ ହେବାକୁ ଥିବାବେଳେ ସିନାପାଲି ବ୍ଲକ୍ର ୨୭ଟି ଗ୍ରାମପଞ୍ଚାୟତର ୩୩ ହଜାର ୪୫୫ ଜଣ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ।
ସିନାପାଲି ବ୍ଲକ୍ ଅନ୍ତର୍ଗତ କଇଁଟପଦର, ଘୁଚାଗୁଡ଼ା, କେନ୍ଦୁମୁଣ୍ଡା, ଝାରବନ୍ଦ, ବରଗାଁ, ଗଣ୍ଡାବାହାଲି ଓ କରଣବାହାଲି ଗ୍ରାମପଞ୍ଚାୟତରେ ଆଜି ମନ୍ତ୍ରୀ ଶ୍ରୀ ଆରୁଖ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଞ୍ଜଫଞ୍ଚଟ୍ଟ;ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶାି୩୯; ମିଶନକୁ ଫଳପ୍ରଦ କରିବା ଲକ୍ଷ୍ୟରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ମିଶାଇ ନୂଆପଡ଼ା ଜିଲ୍ଲାରେ ସମୁଦାୟ ୨୪ଟି ସରକାରୀ ଡାକ୍ତରଖାନା ମାଧ୍ୟମରେ ଜିଲ୍ଲାବାସୀଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ଜରିଆରେ ପରିବାରର ପୁରୁଷମାନେ ୫ ଲକ୍ଷ ଟଙ୍କା ଓ ମହିଳାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ । ସେହିପରି ସ୍ମାର୍ଟ ହେଲଥ୍ କାର୍ଡଧାରୀମାନେ ମଧ୍ୟ ରାଜ୍ୟ ତଥା ଦେଶର ୨୦୦ଟି ବଡ଼ ବଡ଼ ଡାକ୍ତରଖାନାରେ ବିନାଖର୍ଚ୍ଚରେ ଭଲ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି । କାର୍ଡ ବିତରଣ ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପି୍ରୟରଞ୍ଜନ ମେହେର, ସମିତି ସଭ୍ୟ, ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।
No Result
View All Result