ପୁରୀ ର ନାମ ‘ଜଗନ୍ନାଥ ପୁରୀ ‘ ହେବା ପାଇଁ ଆବେଦନ ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ପୁରୀ :-  ସାଂସ୍କୃତିକ ଐତିହାସିକ, ସାମାଜିକ ତଥା ଜାତିର ସ୍ବାଭିମାନ ଆଧାର ରେ ‘ପୁରୀ ‘ ନାମକରଣ ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ସଂଲଗ୍ନ କରିବା ନିମିତ୍ତ ଆଜି ପ୍ରାୟ ୪୦ ରୁ ଅଧିକ ଅନୁଷ୍ଠାନ,ଶିକ୍ଷାବିତ୍, ମଠାଧୀଶ, ସେବାୟତ, ବୟସ୍କ ନାଗରିକ ସମବେତ ଭାବେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆବେଦନ ପତ୍ର ପ୍ରଦାନ କରିଛନ୍ତି । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପୂର୍ବରୁ ସରକାରୀ ନଥିପତ୍ର ରେ ଓଡିଶାର ତିନୋଟି ଜିଲ୍ଲା ମଧ୍ୟରୁ ‘ଜଗନ୍ନାଥ ‘ଜିଲ୍ଲା ଭାବେ ଉଲ୍ଲେଖ ମିଳେ ।

ଓଡିଆ ଲୋକେ ରାଷ୍ଟ୍ର ଓ ବିଦେଶରେ ଜଗନ୍ନାଥ ଦେଶ ନାଆଁ ରେ ପରିଚିତ ଓ ସମ୍ମାନିତ ହେବା ର କୋଟି କୋଟି ଉଦାହରଣ ରହିଛି । ଅଯୋଧ୍ୟାପୁରୀ,ଦ୍ବାରକାପୁରୀ ସ୍ଥାନ ନାମରେ ଓ ବଦ୍ରିନାଥ ଏବଂ ରାମେଶ୍ବର ଇଷ୍ଟଦେବଙ୍କ ନାଆଁ ରେ ପରିଚିତ ହେଉଥିବା ବେଳେ ‘ ପୁରୀ ‘ ଶବ୍ଦ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ନାମ ସଂଲଗ୍ନ ଏକ ଆଧ୍ୟାତ୍ମିକ ଆବଶ୍ୟକତା ।

ସାଧାରଣ ଭାବେ ବିଶ୍ବ ଗ୍ରହଣ କରିଥିବା ନାମ ‘ଜଗନ୍ନାଥ ପୁରୀ ‘ସରକାରୀ ଭାବେ ସ୍ବୀକୃତି ଲାଭ କଲେ ଏହା ଜାତୀୟ ସ୍ବାଭିମାନ ର ପ୍ରତୀକ ହେବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । ଏଥିସହ ଉପସ୍ଥିତ ଅନୁଷ୍ଠାନ କର୍ମକର୍ତ୍ତା ଓ ବିଶିଷ୍ଟ ବ୍ଯକ୍ତି ଙ୍କର ତାଲିକା ସଂଲଗ୍ନ କରାଗଲା ।