No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) କୋରାଇ :- ଯାଜପୁର ଜିଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ନିମନ୍ତେ ସଂସଦ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ଣରେ ବେଗନା ସ୍ଥିତ ଶ୍ରୀ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝିଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ସଂସଦର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ ସଂସଦର ବାର୍ଷିକୋତ୍ସବ-୨୦୨୧ଆସନ୍ତା ଡିସେମ୍ବର ୨୫ତାରିଖ ହେବା ନିମନ୍ତେ ସୂଚନା ଦେଇଥିଲେ । ଏଥିନେଇ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଷଦ୍ଭାବେ ଆଲୋଚନା କରାଯିବା ସହ ଚଳିତ ବର୍ଷର ବିଭିନ୍ନ ପୁରସ୍କାର ଓ ସ୧ାନ ପ୍ରଦାନ ନିମନ୍ତେ ବିଚାରକ ମଣ୍ଡଳୀ ଦ୍ୱାରା ଚୟନ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରାଯାଇଥିଲା ।
ଅନୁଷ୍ଠିତ ବୈଠକରେ ଉପସଭାପତି ବିନୋଦବିହାରୀ ସାହୁ, କାର୍ଯ୍ୟକାରୀ ସଂପାଦକ ଦୟାନିଧି ନାୟକ, ସହସଂପାଦକ ମଳୟକୁମାର ମଲ୍ଲିକ ଓ ଅଶୋକକୁମାର ପତି, ସଙ୍ଗଠନ ସଂପାଦକ ଭୁବନମୋହନ ମହାନ୍ତି ଓ ପ୍ରଦୀପକୁମାର ଦାସ, ସୁବାସ ଧଳ, କୋଷାଧ୍ୟକ୍ଷ ନବଘନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକର୍ତା ଆଲୋଚନାରେ ଅଂଗ୍ରହଣ କରିଥିଲା । ଏହି ଉତ୍ସବ ଡିସମ୍ବେର ୨୫ତାରିଖ କୋରାଇ ନିକଟବର୍ତୀ ମୃତ୍ୟୁଞ୍ଜୟପୁ(ପଣ୍ଡୁଳା) ସ୍ଥିତ ହିଙ୍ଗୁଳା କଲ୍ୟାଣ ମଣ୍ଡପ ଠାରେ ସକାଳ ୯ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷହେବାକୁ ନିଷ୍ପତି ନିଆଯାଇଥିଲା ।
ଏହି ଅବସରରେ ସଂସଦ ପକ୍ଷରୁ ଚଳିତବର୍ଷ ‘ସ୍ୱର୍ଗତ କାହ୍ନୁଚରଣ ଖୁଂଟିଆ ସ୍ମୃତି ପୁରସ୍କାର’ ନାଟ୍ୟକାର ଦୀନବନ୍ଧୁ ନାୟକ, ‘କସ୍ତୁରୀ ପୁରସ୍କାର’ ଗୀତିକାର ବାବାଜୀ ଚରଣ ପ…ନାୟକ, ‘ସଚିଦେବୀ ଲେଖିକା ପୁରସ୍କାର’ କବୟିତ୍ରୀ ପଦ୍ମଜା ଶରଣ, ‘ଗଦାଧର ସ୍ୱାଇଁ ଶିକ୍ଷକ ଗୌରବ’ ପୁରସ୍କାର ମହ୧ଦ ଫୁରକାନ ହଜାରୀ, ‘ଗଦାଧର ସାହୁ ସ୍ମୃତି ପୁରସ୍କାର’ ଗାୟିକା ନିରୂପମ ପଣ୍ଡା(ପାଲା ଗାୟିକା), ‘ଶ୍ୟାମସୁନ୍ଦର ମହାନ୍ତି ସ୍ମୃତି ପୁରସ୍କାର’ କ୍ଷୀରୋଦଚନ୍ଦ୍ର ପତି(ପତ୍ରିକା-ଅପୂର୍ବା ସଂପାଦକ), ‘ଦଶରଥ ବିଶ୍ୱାଳ ସ୍ମୃତି ପୁରସ୍କାର’ କୃତିଛାତ୍ର ଦିଲସାହ ଆଫ୍ରୋଜ, ‘ଅଚ୍ୟୁତାନନ୍ଦ ପତି ଗଳ୍ପ ସ୧ାନ’ ସୁକାନ୍ତି ରାଉତ(ଗାଳ୍ପିକା), ‘ରମେଶ ମହାନ୍ତି ସାରସ୍ୱତ ସ୧ାନ’ ଡକ୍ଟର ଚିତରଞ୍ଜନ ବେହେରା(ଯୁବ-ସାହିତ୍ୟକ) ପାଇବେ ।
ସେହିପରି ଚଳିତ ବର୍ଷ ‘ସଂସଦ ସ୧ାନ’ରେ ସମ୍ବର୍ଦ୍ଧିତ ହେବେ ରବୀନ୍ଦ୍ର କୁମାର ସାହୁ(ସାହିତ୍ୟିକ), ‘କୈଳାଶ ଚନ୍ଦ୍ର ଦାସ ସ୍ମୃତି ସ୧ାନ’ ଡକ୍ଟର ବାସୁଦେବ ମିଶ୍ର(ବରିଷ୍ଠ ସାହିତ୍ୟିକ), ପ୍ରବାସୀ ସାରସ୍ୱତ ସ୧ାନ ବିରଜା ମହାପାତ୍ର(କବି ଓ ସମାଲୋଚକ- ନୂଆଦିଲ୍ଲୀ), ‘ସ୍ୱତବ ସାମ୍ବାଦିକ ସ୧ାନ’ ସୁଜିତକୁମାର ମଲ୍ଲିକ(ବୈଦ୍ୟୁତିକ ଗଣମାଧ୍ୟମ)ଙ୍କୁ ପ୍ରଦାନ କରାଯିବ । ଏଥିସହିତ ‘ବୋଲେହୁଁଟି’ ପତ୍ରିକାର ‘ପ୍ରତିଭା ସ୧ାନ’ ଅଧ୍ୟାପିକା ରୀନା ମହାପାତ୍ର(ନାରୀକବି) ଏବଂ ‘ଆଜ୍ଞାନମସ୍କାର’ ପତ୍ରିକାର ‘ବ୍ୟାଙ୍ଗମୁଣି ସ୧ାନ’ ରାମଚନ୍ଦ୍ର ରାୟ(ବ୍ୟଙ୍ଗକାର)ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସ୍ୱତବଭାବେ ସଂସଦ ପକ୍ଷରୁ ଓଡିଶାର ବରିଷ୍ଠ ସମାଲୋଚକ ବାଗ୍ମୀ ପୁରୁଷ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଫ୍ରଫେସର ଡକ୍ଟର ବୈ୩⁄୪ବଚରଣ ସାମଲଙ୍କୁ ସ୧ାନିତ କରାଯିବ । ଏହି ଉତ୍ସବ ମହୋତ୍ସବ ଭାବେ ୩ଦିନଧରି ହେଉଥିଲା ବେଳେ ବିଶ୍ୱ ମହାମାରୀ କରୋନ କଟକଣା ଯୋଗୁ ତାହା ଚଳିତବର୍ଷ ଗୋଟିଏ ଦିନରେ ହେବାକୁ ନିଷ୍ପତି ନିଆଯାଇଥିବା ସଂପାଦକ ପଣ୍ଡିତ ଡକ୍ଟର ଖୁଂଟିଆ ସୂଚନା ଦେଇଛନ୍ତି ।
No Result
View All Result