No Result
View All Result
1. ମୁଖ୍ୟମନ୍ତ୍ରୀଙ୍କ ସହ ଦିବ୍ୟଶଙ୍କର ଏକାଠି ବସିବା ଓଡ଼ିଆଙ୍କ ଭାବାବେଗକୁ ବଡ଼ ଆଘାତ ଦେଇଛି
2. ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦିବ୍ୟଶଙ୍କରଙ୍କୁ ସଭାସ୍ଥଳରେ ପାଖରେ ବସାଇ ମୁଖ୍ୟମନ୍ତ୍ରୀ କ’ଣ ବାର୍ତା ଦେବାକୁ ଚାହୁଁଛନ୍ତି…?
3. ମୁଖ୍ୟମନ୍ତ୍ରୀ ଜନଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଉଦ୍ୟମ କରିନାହାନ୍ତି କି ?
4. ଅଞ୍ଜନା ମିଶ୍ର ମାମଲାରେ ଇନ୍ଦ୍ରଜିତଙ୍କ ସୁରକ୍ଷା କବଚ ଜାନକୀ ଏବଂ ଏବେ ଦିବ୍ୟଶଙ୍କରଙ୍କ ସୁରକ୍ଷା କବଚ ନବୀନ
5. ଅଞ୍ଜନା ମିଶ୍ର ଘଟଣାରେ ନବୀନ ବାବୁଙ୍କ ଦଳର ନାରା ଥିଲା “ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ପାଇଁ ଦାୟୀ କିଏ – ଜାନକୀ ବାବୁ ଆଉ କିଏ” …?
6. ମମିତା ପ୍ରସଙ୍ଗରେ ନାରା କ’ଣ ହେବ, ମୁଖ୍ୟମନ୍ତ୍ରୀ କହିବେ କି …?

ଓଡ଼ିଶା ତାଜା ନ୍ୟୁଜ୍ (୦୯ ନଭେମ୍ବର ମଙ୍ଗଳବାର ) ଭୁବନେଶ୍ୱର / ଝାରସୁଗୁଡା :- ମୁଖ୍ୟମନ୍ତ୍ରୀଙ୍କ ସହ ଭବାନୀପାଟଣାର ସଭାମଂଚରେ ଅଭିଯୁକ୍ତ ଦାଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏକାଠି ବସିବା ଦେଖି ସାଧାରଣ ଓଡ଼ିଆଙ୍କ ଭାବାବେଗକୁ ବଡ଼ ଆଘାତ ପହଁଚିଛି । ପୋଲିସ ଯାହାକୁ ବାନ୍ଧିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଛି । ମମିତାକୁ ନ୍ୟାୟ ମିଳିବ କି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ସାରା ଓଡ଼ିଶା ମମିତାର ନ୍ୟାୟ ପାଇଁ ଲଢ଼ୁଛି । ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ସଭାସ୍ଥଳରେ ପାଖରେ ବସାଇ ମୁଖ୍ୟମନ୍ତ୍ରୀ କ’ଣ ବାର୍ତା ଦେବାକୁ ଚାହୁଁଛନ୍ତି …? ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀଙ୍କ ଉପରେ ଆଶୀର୍ବାଦର ହାତ ରଖି ଜନଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଉଦ୍ୟମ କରିନାହାଁନ୍ତି କି…?
ଅଞ୍ଜନା ମିଶ୍ର ମାମଲାରେ ଜାନକୀ ପଟ୍ଟନାୟକ ଠିକ୍ ଏହିକଥା ଭାବି ତତ୍କାଳୀନ ଆଡ଼ଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କର ସୁରକ୍ଷା କବଚ ହୋଇଥିଲେ । ସେତେବେଳେ ଇନ୍ଦ୍ରଜିତଙ୍କ ସୁରକ୍ଷା କବଚ ଜାନକୀ ଏବଂ ଏବେ ଦିବ୍ୟଶଙ୍କରଙ୍କ ସୁରକ୍ଷା କବଚ ନବୀନ । ଅଞ୍ଜନା ମିଶ୍ର ଘଟଣାରେ ନବୀନ ବାବୁଙ୍କ ଦଳର ନାରା ଥିଲା “ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ପାଇଁ ଦାୟୀ କିଏ – ଜାନକୀ ବାବୁ ଆଉ କିଏ”..? ମମିତା ପ୍ରସଙ୍ଗରେ ନାରା କ’ଣ ହେବ, ମୁଖ୍ୟମନ୍ତ୍ରୀ କହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଖୋଦ୍ ମୁଖ୍ୟମନ୍ତ୍ରୀ ଭବାନୀପାଟଣାକୁ ଯାଇଥିଲେ । ସେଠାରେ ଲୋକମାନଙ୍କ ସହ ମଶିବା ତ ଦୂର କଥା ସିଧା ସିଧା ଭାଷଣ ଦେଲେ ନାହିଁ । ପୂର୍ବରୁ ପ୍ରସ୍ତୁତ କରିଥିବା ଭାଷଣ ଭିଡ଼ିଓକୁ ଚଲାଇ ଲୋକମାନଙ୍କୁ ବୋକା ବନାଯାଇଥିଲା ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି ପ୍ରେସମିଟରେ ଉଲ୍ଲେଖ କରିଛନ୍ତି । ଏହି ଅବସରରେ ପୂର୍ବତନ ସାଂସଦ ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବରଗଡ ସାଂସଦ ସୁରେଶ ପୁଜାରୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଏବଂ ଝାରସୁଗୁଡା ଜିଲ୍ଲା ସଭାପତି ମଙ୍ଗଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result