No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ଖୋର୍ଦ୍ଧା-ଜଟଣୀ :- ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟଙ୍କ ମା’ସୁହାସିନୀ ପାଇକରାୟଙ୍କ ଗତକାଲି(ରବିବାର)ପରଲୋକ ହୋଇଯାଇଛି।ସେ ଗତ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସୁହାସିନୀ ଜଣେ ପରୋପକାରୀ, ମିଷ୍ଟଭାଷୀ,ସ୍ନେହୀ ଏବଂ ଧର୍ମ ପରାୟଣା ମହିଳା ଥିଲେ ।
ନାରୀ ସଶକ୍ତିକରଣ ଦିଗରେ ବିଭିନ୍ନ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିଲେ । ତା’ଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବିଜେପି ଏବଂ ବିଭିନ୍ନ ରାଜନୈତିକ ଦଳର ନେତା, ବିଧାୟକ ତା’ଙ୍କର ଶେଷ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମପି ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି,ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୟିଯ୍ୟନ୍ତ ପଣ୍ଡା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ସୁହାସିନୀଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରାଯାଇ ଥିବାବେଳେ ସୁଦୀପ୍ତ ମୁଖାଗ୍ନି ଦେଇଥିଲେ ।
No Result
View All Result