No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ଙ୍କ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇ ଯାଇଛି । ଏଥିରେ ମହାବିଦ୍ୟାଳୟ ରେଡକ୍ରସ୍ ସ୍ୱେଚ୍ଛାସେବୀ ଙ୍କ ସହିତ ମହିଳା କନିଷ୍ଠ ମହାବିଦ୍ୟାଳୟ, ମହିଳା ଡିଗ୍ରୀ ମହାବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ , ସରକାରୀ ଭୋକସନାଲ ମହାବିଦ୍ୟାଳୟ, ସେମ୍ମଭିମ୍ ସେନ କନିଷ୍ଠ ମହାବିଦ୍ୟାଳୟ ର ସ୍ଵେଚ୍ଛାସେବୀ ଏବଂ ପରାମର୍ଶଦାତା ଗଣ ଯୋଗ ଦେଇଥିଲେ l
ଶିବିରର ଉଦଘାଟନୀ ଉତ୍ସବ ରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଭଜମନ ବେହେରା ସସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଜିତେନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡ଼ାକ୍ତର ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଓ ଏଡସ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।
ମହାବିଦ୍ୟାଳୟ ର ରେଡକ୍ରସ୍ ଆବାହକ ସଂପାଦକ ପ୍ରଫେସର ବିଘ୍ନେଶ୍ୱର ମିଶ୍ର ରେଡକ୍ରସ୍ ର ଇତିହାସ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂମ୍ପର୍କରେ ବିଷଦ ଆଲୋଚନା କରିଥିବା ବେଳେ ଡ଼ . ଚନ୍ଦ୍ରଶେଖର ଦାସ ସଭା ପରିଚାଳନା କରିଥିଲେ ଓ ଅଧ୍ୟାପିକା ଡ଼ ଅଳକା ପଣ୍ଡା ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଶିବିର ରେ ରେଡକ୍ରସ୍ ପରାମର୍ଶଦାତା ଡ଼ ସୁକାନ୍ତ ବେହେରା, ଅଧ୍ୟାପକ ରାମହରି କାର୍ଯୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
No Result
View All Result