ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) କୋରାଇ : – ରାଜ୍ୟ ସ୍ତରୀୟ ଅସି ଚାଳନା ପ୍ରତିଯୋଗିତା-୨୦୨୧ରେ କନିଷ୍ଠ ଓ ବରିଷ୍ଠ ବିଭଗରେ ଦ୍ୱୟରେ ଭାଗ ନେଇ ଯାଜପୁର ଜିଲାର ବିଶ୍ୱବିଘ୍ନେଶ ସାହୁ ଉଭୟ ବର୍ଗରେ ତୃତୀୟ ସ୍ଥାନ ଅଧିକାରକରି ଦୁଇଟି ବ୍ରୋଂଚ ପଦକ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି । ସେ ଯାଜପୁର ଜିଲାର କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ନାଉଡପୁର ଗ୍ରାମର ଜିତେନ୍ଦ୍ର ସାହୁ ଓ ସୁବାସିନୀ ସାହୁଙ୍କ ପୁଅ ଅଟନ୍ତି । ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ମାତ୍ରରେ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳି ଯାଇଛି ।
ବଲାଙ୍ଗିର ସ୍ଥିତ କିସ୍ କ୍ୟାମ୍ପସ୍ ପରିସରରେ ଗତ ୬ ଓ ୭ ତାରିଖ ଦୁଇଦିନିଆ ରାଜ୍ୟସ୍ତରୀୟ ଆୟୋଜିତ ଫେନ୍ସି ପ୍ରତିଯୋଗିତାର ଅସି(ଫଏଲ) ଚାଳନାରେ ୨ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ମଧ୍ୟରେ ଯାଜପୁର ଜିଲାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ବିଶ୍ୱବିଘ୍ନେଶ ସାହୁ ଅଂଶ ଗ୍ରହଣ କରିଥିଲେ । ସେ ୬ତାରିଖ ଅନୁଷ୍ଠିତ ବରିଷ୍ଠ ବିଭାଗ ଓ ୭ତାରିଖ କନିଷ୍ଠ ବିଭାଗ ଅସି(ଫଏଲ) ପ୍ରତିଯୋଗିତାରେ ଭାଗ ନେଇ ଉଭୟ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ଦୁଇଟି ବ୍ରୋଂଚ ପଦକ ହାସଲ କରିଛନ୍ତି ।
ଅନୁଷ୍ଠିତ ପ୍ରିତଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ଓଡିଶା ଫେନ୍ସି ଆସୋସିଏସନର ସଂପାଦକ ଦେବେନ୍ଦ୍ରେ କୁମାର ସାହୁ, କିସ ଓ କିଟର ପରିଚାଳନା ପ୍ରତିନିଧି ପ୍ରମୋଦ କୁମାର ସାହୁ ଓ ବଲାଙ୍ଗିର ଜିଲା ଫେନ୍ସି ଆସୋସିଏସନର ସଙ୍ଗଠନ ସଂପାଦକ ସୁମିତରଞ୍ଜନ ପୁରୋହିତ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିଶ୍ୱବିଘ୍ନେଶଙ୍କୁ ଦୁଇ ବିଭାଗରେ ୩ୟସ୍ଥାନ ହାସଲ କରିଥିବା ଯୋଗୁ ଦୁଇଟି ବ୍ରୋଂଚ ପଦକ ପ୍ରଦାନ କରିଥିଲେ । ଏହି ସଫଳତା ପାଇଥିବାରୁ ବିଶ୍ୱବିଘ୍ନେଶଙ୍କୁ ଆସନ୍ତା ଡିସେମ୍ବର ମାସରେ ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଅସି ଚାଳନା ପ୍ରତିଯୋଗିତାରେ କନିଷ୍ଠ (୨୦ବର୍ଷରୁ କମ) ବର୍ଗରେ ରାଜ୍ୟ ପକ୍ଷରୁ ଖେଳିବା ନିମନ୍ତେ ମନୋନୀତ କରାଯାଇଛି ।
ଆଜି ଏହି ଗୌରବ ନେଇ ବିଶ୍ୱବିଘ୍ନେଶ ଗାଁମାଟି ଶଙ୍ଖଚିଲା ସ୍ଥିତ ନାଉଡପୁରରେ ପହଂଚିବା ପରେ ସ୍ଥାନୀୟ ଅଂଚଳବାସୀ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲା ବେଳେ କୋରାଇର ପୂର୍ବତନ ବିଧାୟକ ତଥା ‘ମୋ କଲେଜ ଅଧ୍ୟକ୍ଷ’ ଆକାଶ ଦାସନାୟକ, ପୂର୍ବତନ ବିଧାୟକ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ଖମଣ ସରପଂଚ ସୁଶାନ୍ତକୁମାର ସାହୁ, ପୂର୍ବତନ ସରପଂଚ କୈଳାସଚନ୍ଦ୍ର ସାହୁ, ସମାଜସେବୀ ଅକ୍ଷୟକୁମାର ଜେନା, ବିଜେପି ନେତା ବିଶ୍ୱଜିତ ନାୟକ, ବିଜେପିରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ବିକ୍ରମ ବିଶ୍ୱାଳ, ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, ବରିଷ୍ଠ ମାନବାଧିକାର କର୍ମୀ ମନୋଜ ଜେନା, ସନ୍ତୋଷ ବେହେରା, ଶଙ୍ଖଚିଲା ହିଙ୍ଗୁଳା କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁ, ସଂପାଦକ କୃଷ୍ଣଚନ୍ଦ୍ର ସାହୁ(ବାବୁଲି), କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡର ଦାସ, ପିସିସି ସଭାନେତ୍ରୀ ବନ୍ଦିତା ପରିଡା ପ୍ରମୁଖ ରାଜନେତା, ଶିକ୍ଷାବିତ, ସାହିତ୍ୟିକ, ବୁଦ୍ଧଜୀବୀ ଆଦି କୋରାଇ ଅଂଚଳବାସୀ ଶୁଭେଚ୍ଛା ଜଣାଇବା ସହ ଉତରୋତର ଉନ୍ନତି କାମନା କରିଛନ୍ତି ।