ଲୁହାପ୍ଲେଟ ଚୋରି ମାମଲାରେ ୩ ଜଣ ଗିରଫ,ପୋଲିସ ପକ୍ଷରୁ ଚୋରି ପାଇଁ ବ୍ୟବହାର କରାଯାଉଥିବା ଆଟୋ ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ବୈପାରିଗୁଡା :- ଲୁହାପ୍ଲେଟ ଚୋରି କରିବା ପାଇଁ କସର କୁ ଯାଇଥିବା ୩ ଜଣ ଯୁବକକୁ ପୋଲିସ ଗିରଫ କରି ଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ! ପୋଲିସ ସୂତରୁ ମିଳିଥିବା ଅନୁଯାଯୀ ବୈପାରିଗୁଡା ଥାନା ଅନ୍ତର୍ଗତ ଟାପାଯୋଡି କସର ରେ ସକାଳ ସମୟରେ ୩ ଜଣ ଯୁବକ ବୁଲାବୁଲି କରୁଥିବା ସମୟ ରେ ପୋଲିସ କର୍ମଚାରୀ ମାନଙ୍କୁ ଦେଖି ଯୁବକ ମାନେ ସେଠାରୁ ଚାଲି ଯିବା ପାଇଁ ଉଦ୍ୟମ କରୁଥିବା ସମୟରେ ଥାନା ଆଇଆଇସି ଈଶ୍ବର ତାଣ୍ଡି ଓ ପୋଲିସ କର୍ମଚାରୀ ମାନେ ୩ ଜଣ ଯୁବକକୁ କାବୁ କରି ଥାନାକୁ ଆଣି ତଦନ୍ତ କରିଥିବାର ଜଣାପଡିଛି ! ତଦନ୍ତ ସମୟରେ ସେମାନେ ସମସ୍ତ ଘଟଣା ପୋଲିସ କହିଥିବାର କହିଛନ୍ତି ଥାନା ଆଇଆଇସି ଈଶ୍ବର ତାଣ୍ଡି !

ପୋଲିସ ହାତରେ ପଡିଥିବା ୩ଜଣ ଯୁବକ ଜୟପୁର ଅଚଂଳ ହୋଇଥିବା ବେଳେ ସେମାନଙ୍କ ନାଁ ରେ ଜୟପୁର ଥାନାରେ ବହୁ କେସ୍ ଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା !ଗିରଫ ଯୁବକ ମାନେ ହେଲେ Kamal Lochan Khila S/o Sadasib Khila of village Bagraguda,Jeypore, 2. Gora Soura S/o Basu Soura of village Souraguda,Jeypore and 3. Samil Bagh S/o Siba Bagh of village Christian peta,Jeypore ସେମାନଙ୍କୁ ଗିରଫ କରି ଥାନା କେସ୍ u/s 451/379/34 IPC ଅନୁସାରେ ଆଜି କୋର୍ଟ ଚାଲାଣ କରାଯାଇଛି !