No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ବୈପାରିଗୁଡା :- ବୈପାରିଗୁଡା ପୋଲିସ ପକ୍ଷରୁ ବହୁ ପରିମାଣର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଗାଡି ସହ ୨ ଜଣ ଯୁବକ ଧରାପଡିଥିବାର ଜଣାପଡିଛି । ବୈପାରିଗୁଡା ଥାନା ଅନ୍ତର୍ଗତ ଟାଙ୍ଗିନିଗୁଡା ପାଖରେ ପୋଲିସ ପକ୍ଷରୁ ରାତ୍ରି କାଳୀନ ଫ୍ରୋଟଲିୟମ ଚାଲିଥିବା ସମୟରେ ହିଁ ଖସି ଯିବା ପାଇଁ ଉଦ୍ୟମ କରି ୨ ଜଣ ଗିରଫ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି
ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା !ଖବର ନେବାରୁ ଜଣାପଡିଛି ଯେ ମାଲକାନଗିରି ପଟରୁ ଏକ ମହିନ୍ଦା ପିକପ୍କ ଗାଡି ନଂ(OD 01 Y 8409 )ରେ ଗଞ୍ଜେଇ ଭରି ହୋଇ ଚାଲଣା ହେଉଥିବାର ଖବର ମିଳିବା ପରେ ବୈପାରିଗୁଡା ପୋଲିସ ଟାଙ୍ଗିନିଗୁଡା ଗ୍ରାମ ପାଖରେ ଗାଡି କୁ ଅଟାଇବାକୁ ଚେଷ୍ଟା କରିଥିବା ବେଳେ ଗାଡି ଛାଡି ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ

ବୈପାରିଗୁଡା ଥାନା ଅଧିକାରୀ ଈଶ୍ବର ତାଣ୍ଡି, ଏସଆଇ ଅସିତ୍ କୁମାର ବଳବନ୍ତରାୟ ଓ ପୋଲିସ କର୍ମଚାରୀ ମାନେ ଚାଲାଣକାରୀ ୨ ଜଣ ଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛନ୍ତି ! ଗାଡି ଟି ର ପରିଚୟ ମିଳିପାରି ନଥିବା ବେଳେ ଗିରଫ ହୋଇଥିବା ୨ଜଣ ଯୁବକ ମାଲକାନଗିରି ଜିଲ୍ଲାର ସନାଦୁରାଲ ଗ୍ରାମ ଓ ଆଉ ଜଣେ mayurbhanj ଜିଲ୍ଲାର ବୋଲି ଜଣାପଡିଛି !ବୈପାରିଗୁଡା ଆଡିସାନାଲ ତହସିଲଦାର ସଜୀବ କୁମାର ସାହୁ ଙ୍କ ଉପସ୍ଥିତିରେ ଗାଡିରୁ ଗଞ୍ଜେଇ ବସ୍ତା ବାହାର କଡାଯାଇ ଓଜନ କରାଯାଇଥିବା ବେଳେ ଜବତ ଗଞ୍ଜେଇ ୮୯୭ କେଜି ୭୦୦ ଗ୍ରାମ ରହିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା !
ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ର ସୂଚନା ଦେଇଛନ୍ତି ଥାନା ଆଇଆଇସି ଈଶ୍ବର ତାଣ୍ଡି !

No Result
View All Result