No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ରଣପୁର :- ରଣପୁରର ଛପରି କୋଇଲମା ମୌଜାରେ ତହସିଲଦାର ନିଲାମ ଦେଇଥିବା ୪ଟି ମୁଗୁନି ପଥରଖଣି ରେ ଖଣିମାଫିଆ ଙ୍କ ଆତଙ୍କ ରାଜ ବିରୋଧରେ ଏକ ଜନ ଶୋଭାଯାତ୍ରା ପଞ୍ଚୁଦୋଳ ପଡିଆ ସହୀଦ ମଣ୍ଡପ ଠାରୁ ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ବାହାରି ରଣପୁର ବଜ଼ାର ପରିକ୍ରମା କରି ତହସିଲ ସମ୍ମୁଖରେ ଶରତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ରଣପୁର ପ୍ରଶାସନ ଓ ମାଫିଆ ମାନଙ୍କ ଆସାଧୁ ମେଣ୍ଟକୁ ବକ୍ତା ମାନେ ତୀବ୍ର ସମାଲୋଚନା କରି ବେଆଇନ ପଥର ଖଣି ଓ କ୍ରସର ନିଲାମ ବାତିଲି କାରଵା,ଜଙ୍ଗଲ ଧ୍ୱଂସ କାରୀ ନିଲାମ ଧାରୀଙ୍କୁ ଦଣ୍ଡଦେବା,ବ୍ଲଷ୍ଟିଂ ତୁରନ୍ତ ବନ୍ଦ କରିବା,ବାହାର ଖଣି ମାଫିଆଙ୍କୁ ପ୍ରବେଶ ନିଷେଧ କାରଵା,ଜଙ୍ଗଲ ସୁରକ୍ଷା ଓ ଜୀବ ଜନ୍ତୁଙ୍କୁ ସୁରକ୍ଷା ଦେବା ସହ ବ୍ଲାଷ୍ଟିଂ ଯୋଗୁଁ ଫାଟି ଥିବା ଘର ଏବଂ ଭାଙ୍ଗି ଥିବା ଘରର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ କରି ଥିଲେ ।

ଆନ୍ଦୋଳନ କାରୀମାନେ ରଣପୁର ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରିବା ସହ ତହସିଲ ଅଫିସିକୁ ଦୀର୍ଘ ସମୟ ପାଇଁ ଘେରାଉ କରି ରଖି ଅନିର୍ଦ୍ଧିଷ୍ଟ କାଳ କାଳ ପାଇଁ ଧମକ ଦେବାରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ଯୁଗଳ କିଶୋର ମିଶ ଆନ୍ଦୋଳନ ଙ୍କାରୀଙ୍କୁ ବୁଝାଇବା ସହ ୭ ଦଫା ସମ୍ବଳିତ ଦାବିକୁ ଶୁଣି କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରି ବର୍ତମାନ ଠାରୁ ଡିନାମାଇଟି ବ୍ଲାଷ୍ଟିଙ୍ଗ ବନ୍ଦ ହେବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ ଏବଂ ୭ଦଫା ସମ୍ବଳିତ ଦାବୀ ଗୁଡିକ ଉପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହ ପରାମର୍ଶ କରି ଆସନ୍ତା ୭ଦିନ ମଧ୍ୟରେ ସମସ୍ତ ଦାବିକୁ କାର୍ଯ୍ୟ କରିବେ ବୋଲି ଘୋଷଣା କରିବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।

ଏହି ବିକ୍ଷୋଭ ସମାବେଶରେ ସୂର୍ଯ୍ୟ ମହାପାତ୍ର,ଗିରିଜା ମହାପାତ୍ର,ସୁରେଶ ସ୍ବାଇଁ,ସତ୍ୟବ୍ରତ ନାୟକ,ଭିକାରୀ ଚରଣ ସାହୁ,ଭାଗୀ ନାୟକ,ମହାଦେବ ମହାରଣା,କୈଳାସ ସାହୁ,ଆଲୋକ କୁମାର ଜେନା,ସୁଶାନ୍ତ ରଣବିରସିଂ,ଧନେଶ୍ୱର ବରାଡ଼, ଧୁଶାସନ ଜେନା, ପ୍ରଫୁଲ ସାହୁ,ଗୁଣନିଧି ପ୍ରଧାନ, ମୀନ ନାୟକ,ଟିକନ ପ୍ରଧାନ,ପ୍ରଦୀପ ବେହେରା ପ୍ରମୂଖ ବକ୍ତବ୍ୟ ଦେଇଥିଲେ ।

No Result
View All Result