No Result
View All Result
ଖବର ପାଇ ପୁରୀ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ବ୍ରହ୍ମଗିରି IIC ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିଚନ୍ତି । ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି
ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର ) ବ୍ରହ୍ମଗିରି :- ବ୍ରହ୍ମଗିରିରେ ଫୁଟିଲା ୨୦ରୁ ଅଧିକ ବୋମା । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅସାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ସୂଚନାନୁଯାୟୀ , ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି ।
ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଜମି ଜବରଜଖଲକୁ ନେଇ ପ୍ରଥମେ ଦୁଇ ଗୋଷ୍ଠି ମଧ୍ୟରେ ବଚସା ହୋଇଥିଲା ଓ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ବୋମାମାଡ଼ ହୋଇଥିବା ଜଣାପଡିଛି । ୩୫ ମୌଜାର କିଛି ଜମିକୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ସେ ନେଇ ଆଜି ୩୫ ମୌଜାର ଲୋକେ ଏକ ବୈଠକ ଡାକିଥିଲେ ।
କିନ୍ତୁ ଗୋଟିଏ ଗୋଷ୍ଠୀର ଲୋକେ ଏହି ବୈଠକକୁ ଆସିନଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ସେଠାରେ ଘନ ଘନ ବୋମାମାଡ଼ ହୋଇଥିଲା । ଖବର ପାଇ ପୁରୀ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ବ୍ରହ୍ମଗିରି IIC ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିଚନ୍ତି । ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
No Result
View All Result