No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ ସଫଳ ହୋଇଛି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ବନ୍ଦ ପାଳନ କରାଯାଇଛି । ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଛି । ସରକାରୀ କାର୍ଯ୍ୟାଳୟକୁ ଯାଇ ବିଜେପି କର୍ମୀମାନେବନ୍ଦରଖିବାପାଈଅନୁରୋଧ କରିଥିବାର ଦେଖିବାକୁ ମିଳିଛି ।
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତ ଅଭିଯୋଗ କରି ବିରୋଧୀ ଜୋରଦାରରେ ପ୍ରତିବାଦ ଜାରି ରଖିଛନ୍ତି । ଏବଂ ତାଙ୍କର ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରିଛନ୍ତି । ଆଜି ସକାଳୁ ଜିଲ୍ଲା ବିଜେପି ସଭାପତି ତଥାବିଧାୟକ କେ. ନାରାୟଣ ରାଓଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ସହର ପରିକ୍ରମା କରି ପ୍ଲାକେଟିଙ୍ଗି ଧରି ନାରା ବାଜି କରୁଥିବାର ଦେଖିବାକୁ ମିଳିଛି ।
କେତେକ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ୭ଟି ବ୍ଳକରେ ମଧ୍ୟ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ଦିଗରେ ପୋଲିସ ସଜାଗ ରହିଛି । ଏହି କାର୍ଯ୍ୟକ୍ରମରେ ବିଜେପି ଉପସଭାପତି ଜଗନ୍ନାଥ ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ମହିଳା ମୋର୍ଚ୍ଚା ସଭାପତି ପି. ଲତା, ବିଭୁତିଭୂଷଣ ବେହେରା, କେ. ଯୁବରାଜ, ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦିକା ଅରୁଣୀମା ସାହୁ, ବାବୁନା ବେହେରା, ଜେ. ଭାରତୀ ଆମ୍ମା, ଜିଲ୍ଲା ଯୁବ ସଭାପତି ସନ୍ତୋଷ କୁମାର ଜେନା ବହୁ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।
No Result
View All Result