ଖଣି ମାଫିଆ ଙ୍କ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ ; ଦୁଇ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ଚାନ୍ଦପୁର :- ଚାନ୍ଦପୁର ଅଞ୍ଚଳର ରାୟପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାନିଗଡିଆ (ଗ୍ରାମିଆ ଜଙ୍ଗଲ) ରେ ପୋଲିସ ଅତର୍କିତ ଚଢ଼ାଉ କରି ବେଆଇନ ମୋରମ୍ ଖଣି ଖନନ କରି ବାହାରେ ବିକ୍ରି କରୁଥିବା ମାଫିଆ ଙ୍କ ଉପରେ ଚଢାଉ କରିଥିଲା । ତେବେ ଉକ୍ତ ଜଙ୍ଗଲ ରୁ ବେଆଇନ ଭାବେ ମୋରାମର ଚୋରା ଚାଲାଣ ପାଇଁ ବ୍ୟବହୃତ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ଜବତ କରାଯାଇଥିଲା ।

ନୁଆପଡା ଅଞ୍ଚଳର ପ୍ରଦିପ ପାଟସାଣି ( ଗାନ୍ଧୀ ) ଏବଂ ବାରଙ୍ଗାଗାଡିଆର ଦୀପକ ପରିଡାଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ୍ । ଉକ୍ତ ଅଭିଯୁକ୍ତ ଙ୍କୁ ଗତକାଲି ଗିରଫ କରି ୧୪୮/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ସୁଚନା ମିଳିଛି