No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ଢେଙ୍କାନାଳ :- ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗାଁ ରାସ୍ତାରେ ଆଜି ସକାଳୁ ସକୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି। ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। OR05AN0979 ନମ୍ବର ଇଣ୍ଡିକା, OD02AA1878 ସେଭ୍ରୋଲେଟ କାର ଓ OD06A7928 ପାସନ ପ୍ଲସ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ।

ଇଣ୍ଡିକା କାରଟି ଚୌଦ୍ଵାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ କାରଟି ଢେଙ୍କାନାଳ ସହର ଦେଉଳସାହିର। ଗୁରୁତର ଆହତ ହୋଇଥିବା ଲୋକ ସ୍ଥାନୀୟ ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ କୋଟଗରା ଗ୍ରାମର ପଙ୍କଜ ମଲିକ(୪୫), ସନାତନ ମଲିକ(୫୫) ଓ ରଞ୍ଜିତ ମଲ୍ଲିକ (୨୫)। ସେମାନେ କାମ କରିବା ପାଇଁ ବାଇକ୍ ଯୋଗେ ଘରୁ କଣ୍ଟାପାଳ ଆସୁଥିଲେ। ସମସ୍ତଙ୍କର ଗୋଡ ଭାଙ୍ଗିଯାଇଥିବା ବେଳେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରେ ପରିସ୍ଥିତି ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

No Result
View All Result