No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ୟକ୍ତି ଓ ରାଷ୍ଟ୍ର ନିର୍ମାଣ ରେ ପିତାମାତା ଓ ଶୃଙ୍ଖଳିତ ପରିବାରର ଅବଦାନ ଉପରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୩ ଟି କ୍ଲଷ୍ଟର ରୁ ୩୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଏମାନଙ୍କ ମଧ୍ୟରୁ ଚାହାଳି ଜନଶକ୍ତି ହାଇସ୍କୁଲ୍ ର ନବମ ଶ୍ରେଣୀ ଛାତ୍ରୀ ପୁଷ୍ପା ରାଣୀ ନାଥ ପ୍ରଥମ, ବାହାଡ ଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ପୂଜା ରାଣୀ ସାହୁ ଦ୍ଵିତୀୟ ଏବଂ ଢେଙ୍କେଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ର ମହେଶ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣା ପଡିଛି।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଚିତ୍ରାଙ୍କନ ପ୍ରତିଯୋଗିତା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ କାର୍ଯ୍ୟକ୍ରମ ସଫଳ ପରିଚାଳନା ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ସେଠୀ ଙ୍କ ସମେତ ସମସ୍ତ ସି ଆର୍ ସି ସି ସହଯୋଗ କରିଥିଲେ।
No Result
View All Result