No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ରଣପୁର :- କଳାହାଣ୍ଡି ର ମମିତା ମେହେର ଘଟଣା ଏବେ ଓଡିଶାରେ ଚର୍ଚାର ବିଷୟ ହୋଇଥିବା ବେଳେ ଏହି ଘଟଣା ରେ ସଂପୃକ୍ତି ଅଭିଯୋଗ ରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବହିଷ୍କାର ଓ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆଜି ରଣପୁର ବିଜେପି ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଆଜି ଅପରାହ୍ନରେ ବିଜେପି କାର୍ଯ୍ୟଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ସହିଦ୍ ରଘୁଦିବାକର ପ୍ରତିମୂର୍ତ୍ତି ରେ ବିଜରପି ନେତା ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାରା ରାଜ୍ୟ ରେ ମମିତା ମେହେର ହତ୍ୟାକାଣ୍ଡ କୁ ଲୁଚେଇ ଦେବା ପାଇଁ ରାଜ୍ୟ ସରକାର ଅତି ତରବରିଆ ଭାବେ ଦର ବୃଦ୍ଧି ନାମରେ ଏକ ଆନ୍ଦେଳନ ଚଳାଇ ଥିବା ବିଜେପି ତରଫରୁ ଅଭିଯୋଗ କରାଯାଇଥିଲା । ଦିବ୍ୟଶଙ୍କର ଗୃହ ମନ୍ତ୍ରୀ ହୋଇଥିବାରୁ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ ।

ଏପରିକି ନୈାତିକତା ଦୃଷ୍ଟିରୁ ଇସ୍ତଫା ମଧ୍ୟ ଦେଇନାହିନ୍ତି । ପୀଡିତା ପରିବାର ପକ୍ଷରୁ ସ୍ପଷ୍ଟ ଭାବେ ଦିବ୍ୟଶଙ୍କର ତାଙ୍କ ଝିଅର ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ଅଭିଯୋଗ କରିଥିଲେ ମଧ୍ୟ କାହା ଚାପରେ ଦିବ୍ୟଶଙ୍କରକୁ ତଦନ୍ତ ପରିଷର କୁ ଅଣାଯାଇନି ବୋଲି ବିଜେପି ତରଫରୁ ଅଭିଯୋଗ କରାଯାଇଥିଲା । ଉପସ୍ଥିତ ଥିବା ବିଜେପି କର୍ମୀ ମାନେ ନବୀନ ସରକାର କଟୁ ସମାଲୋଚନା କରିଥିଲେ ।

ଅତିତ ରେ ଦୁନିତିର ଛାଇ ଦେଖିଲେ ନବୀନ ବାବୁ ସେମାନ ଙ୍କୁ ଅଲଗା ରାସ୍ତା ଦେଖେଇ ଦେଉଥିବା ବେଳେ ଦିବ୍ୟଶଙ୍କର ଙ୍କ ପ୍ରତି ପୀଡିତା ପରିବାର ତରଫରୁ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ କାହିଁକି କାର୍ଯ୍ୟନୁଷ୍ଟାନ ନେଇନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ତୁରନ୍ତ ଦିବ୍ୟଶଙ୍କର କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଏହି ଘଟଣାର ତଦନ୍ତ ଦାଇତ୍ୱ ସିବିଆଇକୁ ଦବା ପାଇଁ ଦାବି କରିଥିଲେ ।

ଆଜିର ଏହି ବିକ୍ଷୋଭରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ମୈାଛା ସଂପାଦିକା ରଶ୍ମିରେଖା ଦାସ ଯୋଗ ଦେଇଥିଲେ । ଏଥିରେ ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ । ଅନ୍ୟମାନ ଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପରେଶ ମିଶ୍ର, ରଣପୁର ପଚାଂୟତ ସମିତି ଉପାଧକ୍ଷ ପ୍ରଶାନ୍ତ ନାୟକ, ବିପିନ ବିହାରୀ ନାୟକ , ତାପସ ରଞ୍ଜନ ମାର୍ଥା , ରାଜ୍ୟ ସଂଯୋଜକ , ବିଜେପି ଯୁବମୋର୍ଚ୍ଚାର ଅଭିଶେକ ସାମନ୍ତରାୟ,ନିର୍ମଳ କୁମାର ମତଗଜସିଂ , ଜୟନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅପର ପକ୍ଷରେ ଥାନା ସମ୍ମୁଖରେ ପୁଲିସ ବାହୀନି ମୃତୟନ ହୋଇଥିଲେ ।

No Result
View All Result