ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ବୈପାରିଗୁଡା :- ପ୍ରଥମଥର ପାଇଁ ପଚଂୟାତସ୍ତରରେ ବିଜେଡି ଦଳର ବିଶାଳ କର୍ମୀ ସମ୍ମିଳନୀ ଆୟୋଜନ ହୋଇ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ଲକର କୈଣସି ବରିଷ୍ଟନେତା କିମ୍ବା ପଦପଦବୀ ରେ ଥିବା କର୍ମୀଙ୍କ ଦେଖା ମିଳିନଥିବା ବେଳେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ ରଘୁରାମ ପଡାଲ, ମୁଖ୍ୟବକ୍ତା ପଟାଙ୍ଗି ନିର୍ବାଚନ ମଣ୍ଡଳର ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ, ସମ୍ମାନୀୟ ଅତିଥି ବ୍ଲକ ପୂର୍ବତନ ସଭାପତି ବିଜୟ ସାମନ୍ତରାୟ, ଜିଲ୍ଲା ମହିଳା ମୋର୍ଚ୍ଛା ଲତା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ !
ବୈପାରିଗୁଡା ବିଜୁ ଜନତା ଦଳର ଦୋରାଗୁଡା ପଚଂାୟତ ବାସୀଙ୍କ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଥିବା ବେଳେ ପଟାଙ୍ଗି ନିର୍ବାଚନ ମଣ୍ଡଳର ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ ସଭା ପରିଚାଳନା କରିଥିଲେ ! ବୈପାରିଗୁଡା ବ୍ଲକର ବିନା ନେତାରେ ମଧ୍ୟ ବିଧାୟକ ରଘୁରାମ ପଡାଲ,ପଟାଙ୍ଗି ନିର୍ବାଚନ ମଣ୍ଡଳର ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ,ପୂର୍ବତନ ବ୍ଲକ ସଭାପତି ବିଜୟ ସାମନ୍ତରାୟଙ୍କ ନେତୃତ୍ୱ ଦୋରାଗୁଡା ଓ ମାଠପଡା ପଚାୟତର ୫୦ ରୁ ଉର୍ଦ୍ଧ ଲୋକେ ବିଜେଡି ଦଳରେ ଯୋଗଦାନ କରିଥିବାର ଜଣାପଡିଛି !
ଦୋରାଗୁଡା ଓ ମାଠପଡା ର ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃବୃନ୍ଦ, ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସ୍ତରୀୟ ପ୍ରତିନିଧିମାନେ ଅନୁରୂପ ଉପସ୍ଥିତ ରହି କର୍ମୀ ସମ୍ମିଳନୀର ଆହ୍ୱାନକୁ ସ୍ୱାଗତ କରିଥିଲେ । ସରକାରଙ୍କ ନେତୃତ୍ୱର ବିକାଶ, ସମୃଦ୍ଧ ଓ ସବୁଜ ବୈପାରିଗୁଡା ବ୍ଲକର ବିକାଶ ନିମନ୍ତେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟ ବିକାଶ ମୂଳକ ଯୋଜନାକୁ ତୃଣମୂଳରେ ପହଁଚାଇବା କର୍ମୀ ମାନଙ୍କର ଅଂଶୀଦାରିଦା ବହୁ ଆଗରେ ବୋଲି ସମ୍ମିଳନୀରେ ବକ୍ତାମାନେ ବକ୍ତବ୍ୟ ରଖିଛନ୍ତି ।
ଏହି କର୍ମୀ ସମ୍ମିଳନୀରେ ୧୨ ଶହ ରୁ ଉର୍ଦ୍ଧ କର୍ମୀ ଯୋଗଦାନ କରିଥିବା ବେଳେ ବର୍ଷା ହେବା ଫଳରେ ଆଉ କିଛି କର୍ମୀ ଯୋଗଦାନ କରିପାରିନଥିବା ଅତିଥି ମାନେ ପ୍ରକାଶ କରିଛନ୍ତି ! ଆଗକୁ ପଚଂୟାତ ନିର୍ବାଚନ ପାଇଁ ମଧ୍ୟ କର୍ମୀ ମାନଙ୍କ ଚୟନକୁ ଦଳ ଗୁରୁତ ଦେବା ବୋଲି ସିଧାସଳଖ ଅତିଥି ମାନେ କର୍ମୀ ମାନଙ୍କୁ ପ୍ରତିଶୃତି ଦେଇଥିବାର ଶୁଣିବାକୁ ମିଳିଛି !













