ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ଖୋର୍ଦ୍ଧା,ଭୁବନେଶ୍ୱର :- ବହୁ ଚର୍ଚିତ ବାଘମାରି ଥାନା ,ଅଟ୍ରି ର ଦୁଷ୍କର୍ମ ପରେ ଏସିଡ ପକାଇ ହତ୍ୟା ମାମଲା , ବହୁ ବିଚାର ବିମର୍ଷ ପରେ ଆଇନୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଖୋର୍ଦ୍ଧା SP ଙ୍କୁ ଦେଲେ କଡା ନିର୍ଦେଶ | 2 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆବେଦନ କାରି ଙ୍କୁ ଜଣାଇବା ପାଇଁ ଆଦେଶ ପ୍ରଦାନ କଲେ ସାନମାନନୀୟ ଉଚ୍ଚ ନ୍ୟାୟାଳୟ | ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ର କନ୍ୟା ଙ୍କୁ ଏସିଡ ପକାଇ ହତ୍ୟା ମାମଲା – ପୋଲିସ ଠାରୁ ନ୍ୟାୟ ନ ପାଇଁ ପୀଡିତା ଙ୍କ ପିତା High Court ଙ୍କ ଦ୍ୱାରସ୍ଥ |
୧- ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଘମାରି ଥାନା ର ଅଟ୍ରି ଗ୍ରାମର ଝୁନା (ଛଦ୍ମନାମ )ଗତ 21 .04 .2021 ତାରିଖ ଦିନ ସନ୍ଦ୍ୟା ୦୬.୩୦ ମିନିଟ ସମୟରେ ଟେକିନେଇ ଧର୍ଷଣର ଶିକାର ହୋଇଥିଲେ |
୨- ଏହି ସମ୍ପର୍କିତ ଏକ ମାମଲା ବାଘମାରି ଥାନାରେ ହୋଇଥିଲା No -28 /2021
୩-ଏହି ମାମଲାରେ 28 .09 .2021 ତାରିଖ ଦିନ ପୀଡିତା ବାପା ମା ଙ୍କ ସହିତ ଯାଇ ଖୋର୍ଦ୍ଧା Court ରେ ସାଖ୍ୟ ପ୍ରଦାନ କରିଥିଲେ |
୪-ପୀଡିତା Court ରେ ତାଙ୍କୁ କିଭଳି ଧର୍ଶଣ ହୋଇଥିଲା ତା ବର୍ଣନା କରିଥିଲେ |
୫-07 .10 .2021 ତାରିଖ ଦିନ ସନ୍ଦ୍ୟା ୦୭.୦୦ ସମୟ ରେ ପୀଡିତା ଙ୍କ phone କୁ କେହି ଜଣେ call କରି କିଛି କଥା ହୋଇଥିଲେ | ଏହା ପରଠାରୁ ପୀଡିତା ନିଖୋଜ ହୋଇଥିଲେ , ଏହି ସମ୍ପର୍କିତ ଏକ ମାମଲା ବାଘମାରି ଥାନା ରେ ହୋଇଥିଲା |
୬- ନିଖୋଜ ହେବାର ଦୁଇ ଦିନ ପରେ 09 .10 .2021 ତାରିଖ ଦିନ ପୀଡିତା ଙ୍କ ମୃତ ଦେହ ତାଙ୍କ ଘର ପାଖ ଏକ ଗାଡ଼ିଆ ରୁ ମିଳିଥିଲା ପୋଲିସ ଶବ ଜବତ କରି ଚୁପ ଚାପ ବସି ରହିଥିଲା |
୭- ପୀଡିତା ଙ୍କ ପିତା 10 .10 .2021 ତାରିଖ ଦିନ ବାଘମାରି ଥାନାରେ ତାଙ୍କ ଝିଅ କୁ କେଉଁମାନେ ଏସିଡ ପକାଇ ମାରିଛନ୍ତି ସେ ସମ୍ପର୍କିତ ଏକ ଲିଖିତ ଅଭିଯୋଗ କରିଥିଲେ ମାତ୍ର ବାଘମାରି ଥାନା କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ଡରିଥିଲେ କାରଣ ଅଭିଯୁକ୍ତ ମାନେ ରାଜନୀତି ସହିତ ସିଧା ସଳଖ ଜଡିତ ଅଟନ୍ତି |
୮- ଥାନାରୁ ନିରାଶ ହେବ ପରେ 13 .10 .2021 ତାରିଖ ଦିନ SP (ଖୋର୍ଦ୍ଧା ) ଙ୍କୁ ଜଣାଇଥିଲେ ମାତ୍ର ସେଠାରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ 02 .11 .2021 ତାରିଖ ଦିନ High Court ଙ୍କ ଦ୍ୱାରସ୍ଥ ହୋଇଛନ୍ତି No -CRLMP -1971 /2021 , |
ବହୁ ଚର୍ଚିତ ବାଘମାରି ଥାନା ,ଅଟ୍ରି ର ଦୁଷ୍କର୍ମ ପରେ ଏସିଡ ପକାଇ ହତ୍ୟା ମାମଲା, ବହୁ ବିଚାର ବିମର୍ଷ ପରେ ଆଇନୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଖୋର୍ଦ୍ଧା SP ଙ୍କୁ ଦେଲେ କଡା ନିର୍ଦେଶ
ମାମଲାଟିକୁ (ବ୍ୟୋମକେଶ ତ୍ରିପାଠୀ) ପରିଚାଳନା କରୁଛନ୍ତି