No Result
View All Result
ଓଡ଼ିଶା ତାଜା ନିୟୁଜ୍ (୪ ନଭେମ୍ବର ଗୁରୁବାର) ପାରଳାଖେମୁଣ୍ଡି :- ଆସନ୍ତା ୬ ତାରିଖ ଗଜପତି ଜିଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଭାଜପାର ଆହ୍ବାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ପାରଳା ବିଧାୟକ ତଥା ଜିଲା ଭାଜପା ସଭାପତି କେ ନାରାୟଣ ରାଓ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଥିବା ବେଳେ ଏକାଧିକ ମାମଲାରେ ନେତା ଓ ମନ୍ତ୍ରୀ ମାନଙ୍କ ସମ୍ପୃକ୍ତି ରହିଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନ ଥିବା ବେଳେ ତଦନ୍ତ ସଠିକ ହେଉ ନ ଥିବା ଅଭିଯୋଗରେ ଆନ୍ଦୋଳନ ଜାରି ରଖିଛି ଭାଜପା । ଏହି କାର୍ଯ୍ୟକ୍ରମରେ ଜିଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, କାଶୀନଗର ବ୍ଲକ ଚେୟାରମ୍ୟାନ ସୀମାଦ୍ରି, ବାବୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result