No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ନଭେମ୍ବର ଗୁରୁବାର) ରଣପୁର :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଙ୍କ ଆକାଶଛୁଆଁ ଦର ବୃଦ୍ଧି ବିରୋଧରେ ରଣପୁରରେ ସି ପି ଆଇ (ଏମ) ତରଫରୁ ଆଜି ଦେଶବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ ରଣପୁର ତହସିଲ ସମ୍ମୁଖରେ ବିକ୍ଷୋଭ କରି ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଏକ ଶୋଭାଯାତ୍ରା ରଣପୁର ପରିକ୍ରମା କରି ପଞ୍ଚୁଦୋଳ ପଡିଆରେ ରଣପୁର ଥାନା ସମ୍ମୁଖରେ ସୁରେଶ ସ୍ବାଇଁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଆନୁଷ୍ଟିତ ହୋଇଥିଲା ।
ଶହେ ଦିନରେ ଦର ଦାମ କମେଇ ଦେବା କଥାକହି ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି କରି ସାଧାରଣ ଲୋକଙ୍କୁ ଶୋଷଣ କରୁ ଥିଲା ବେଳେ ପୁଞ୍ଜିପତି ଙ୍କୁ ସମସ୍ତ ଲାଭ ଦେଇ ଚାଲିଥିବାରୁ ବକ୍ତା ମାନେ ତୀବ୍ର ନିନ୍ଦା କରିଥିଲେ
ଏବଂ ରାଜ୍ୟ ବି ଜେ ଡି ନବୀନ ସରକାର ଟାଟା କମ୍ପାନୀ ହାତକୁ ବିଦୂତ ବିଭାଗକୁ ଟେକିଦେଇ ଉପଭୋକ୍ତାଙ୍କୁ ଲୁଟୁ ଛନ୍ତି ବୋଲି ବକ୍ତା ମାନେଅଭିଯୋଗ କରିଥିଲେ।ସରକାର ତୁରନ୍ତ ୧୯୫୫ ମସିହା ଆତ୍ୟାବଶ୍ୟକ ଆଇନ କୁ ପୁନର୍ବାର ପ୍ରଚଳନ କରି ଦରଦାମ ନିୟନ୍ତ୍ରଣ କରିବାକୁ ସଙ୍ଗଠନ ତରଫରୁ ଦାବୀ କରା ଯାଇଥିଲା ।
ନଚେତ ଭବିଷ୍ୟତରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ତରଫରୁ ସତର୍କ କରାଯାଇଛି । ଏହି ପ୍ରତିବାଦ ସଭାରେ ହରିଶ୍ଚନ୍ଦ୍ର ମିଶ୍ର,ଧୁଶାସନ ଜେନା,ନିତ୍ୟାନନ୍ଦ ପରିଡା,ସବ୍ୟସାଚୀ ସେନାପତି,ଗଦା ଧର ପ୍ରଧାନ ,ବୁଲୁ ମହାନ୍ତି,ସଂଯୁକ୍ତା ସେଠି,ସୁକାନ୍ତି ଜେନା,କୁଳମଣି ପଲେଇ, ଓ ମନୋଜ ପାତ୍ର ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ । ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ କରିବାକୁ ନିବେଦନ ।
No Result
View All Result