No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ଦରବୃଦ୍ଧି ଯୋଗୁ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି । କରୋନା ମହାମାରୀ ଯୋଗୁଁ ଲୋକେ ନିଯୁକ୍ତି ହରାଇଛନ୍ତି, ଲୋକମାନଙ୍କର ଆର୍ଥିକ ରୋଜଗାର କମିଯାଇଛି । ଏହି ସମୟରେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଦେବା ବଦଳରେ ସବୁ ଜିନିଷର ଦର ବୃଦ୍ଧିକୁ ରୋକିପାରୁ ନଥିବାରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି ।

ଦରଦାମ ନିୟନ୍ତ୍ରଣ ସରକାରଙ୍କ ଅଧିନରେ ଥିବା ଭଳି ହୃତବୋଧ ହେଉନାହିଁ । ଯେଉଁଥିରେ ଜନସାଧାରଣଙ୍କ ମନରେ ଖୁବ୍ ଅସନ୍ତୋଷ ଦେଖାଦେଇଛି । ଆଜି ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ । ପ୍ରତିଦିନ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ୍ର ଦର ବୃଦ୍ଧି ଯୋଗୁ ମହିଳମାନେ ଗ୍ୟାସ୍ ଟାଙ୍କି ଧରି ଏବଂ ରାଜରାସ୍ତାରେ କାଠ ଚୁଲିରେ ରୋଷେଇ କରି ପ୍ରତିବାଦ କରିଥିଲେ ।
ଏହି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ସହିତ ସାଧାରଣ ଜନତା ଏବଂ ମହିଳାମାନେ ଭାଗ ନେଇ କେନ୍ଦ୍ର ସରକାରଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ଦୃଢ ବିରୋଧ କରିଥିଲେ । ଭୁବନେଶ୍ୱର ଜୋନ୍ ବିଜୁ ମହିଳା ଜନତା ଦଳର ସଭାପତି ରଞ୍ଜୁଲତା ରାୟ, ପ୍ରଭାସିନୀ ଷଡ଼ଙ୍ଗୀ, ବନଜା ମହାନ୍ତିଙ୍କ ସମେତ ଶତାଧିକ ମହିଳା ଏଥିରେ ସାମିଲ୍ ହୋଇଥିଲେ ।

No Result
View All Result