• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯୁବପିଢି ୧୯୭୧ ଯୁଦ୍ଧର କାହାଣୀ ସଂପର୍କରେ ଜାଣି ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବାର ଆବଶ୍ୟକତା ରହିଛି – ବିଜୟୀ ଯୋଦ୍ଧା

Proprietor Abhimanyu Maharana by Proprietor Abhimanyu Maharana
November 2, 2021
in ଓଡ଼ିଶା, ମହାନଗର, ହୋମ୍
0
ଯୁବପିଢି ୧୯୭୧ ଯୁଦ୍ଧର କାହାଣୀ ସଂପର୍କରେ ଜାଣି ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବାର ଆବଶ୍ୟକତା ରହିଛି – ବିଜୟୀ ଯୋଦ୍ଧା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଭୁବନେଶ୍ୱରରେ ପହଁଚିଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ୪ର୍ଥ ଦିବସରେ ଆଜି ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ୪ ଜଣ ବୀର ଯବାନଙ୍କ ଘରକୁ ଗସ୍ତ କରିଥିଲା । ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ବିଜୟ ମଶାଲ ଆଜି ସେମାନଙ୍କ ଘରେ ପହଁଚିବା ପରେ ସମସ୍ତ ବୀର ଯୋଦ୍ଧାମାନେ ଆନନ୍ଦ ଓ ଭାବବିହ୍ୱଳ ହେବା ସହ ଯୁଦ୍ଧରେ ସେମାନଙ୍କର ଅଭିଜ୍ଞତା ଓ ଭୂମିକା ସଂପର୍କରେ ପ୍ରକାଶ କରିଥିଲେ ।

ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଭୁବନେଶ୍ୱର ଆଇ.ଆର.ସି ଭିଲେଜରେ ରହୁଥିବା ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଲୋକନାଥ ସାହୁ କହିଲେ ଯେ, ସେ ଜଣେ ଡାକ୍ତର ଭାବରେ ଯୋଗଦେଇ ୨୦୦ରୁ ଅଧିକ ଆହତ ସୈନିକଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନେଇ ଆରୋଗ୍ୟ କରାଇଥିଲେ । ୧୪ ଦିନ ଯୁଦ୍ଧରେ ୯୩୦୦୦ ପାକିସ୍ତାନୀ ସେନା ଆତ୍ମ ସମର୍ପଣ କରିବା ସହିତ ବାଂଲାଦେଶ ସୃଷ୍ଟି ହେଲା । ଆମ ଦେଶ ତଥା ରାଜ୍ୟର ଯୁବ ପିଢି ୧୯୭୧ର ସଂଘଟିତ ଏହି ଯୁଦ୍ଧ ଏବଂ ଯୋଦ୍ଧାମାନଙ୍କ ବୀରତ୍ୱ ସଂପର୍କରେ ଅଧିକରୁ ଜାଣି ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବା ଓ ଦେଶପ୍ରତି ଅନୁରକ୍ତି ରହିବା ଉପରେ ସେ କହିଥିଲେ ।

ସେହିପରି ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଆଇ.ଆର.ସି ଭିଲେଜରେ ରହୁଥିବା ଅନ୍ୟତମ ବୀର ଯବାନ କର୍ଣ୍ଣେଲ ସମରେନ୍ଦ୍ର ଚନ୍ଦ୍ର ମହାନ୍ତି ଙ୍କ ଘରକୁ ବିଜୟ ମଶାଲ ପଂହଚିବା ପରେ ସେ ଆନନ୍ଦବ୍ୟକ୍ତ ତାଙ୍କର ଅଭିଜ୍ଞତା ବଖାଣି କହିଲେ ଯେ, ଯୁଦ୍ଧ ସମୟରେ ସେ ଦେଶର ପଶ୍ଟିମ କ୍ଷେତ୍ର ବାରମେର ସେକ୍ଟରରେ କାର୍ଯ୍ୟ କରିଥିଲେ । ସେ ଟେକ୍ନିକାଲ(ବୈଷୟିକ) କୋର ଗ୍ରୁପ୍‌ରେ ଥିଲେ ା ଯୁଦ୍ଧରେ ବୈଷୟିକ ଯନ୍ତ୍ରପାତି ଖରାପ ହେଲେ ସେମାନଙ୍କୁ ତତ୍‌କ୍ଷଣାତ ମରାମତି କରିବାକୁ ପଡୁଥିଲା ।

ଆମ ସେନା ସେନାବାହିନୀ ଯୁଦ୍ଧ ସମାପ୍ତ ହେବା ପର୍ଯ୍ୟନ୍ତ ଶତ୍ରୁମାନଙ୍କ ଅଂଚଳକୁ ନିଜ କବ୍‌ଜାରେ ରଖିଥିଲେ । ଯୁଦ୍ଧ ପରେ ସେ ଅଂଚଳ ବହୁ କ୍ଷତିଗ୍ରସ୍ତ ହୋଇଥିଲା । ମିଳିତ ଜାତିସଂଘର “ଜେନେଭା” ବୁଝାମଣା ଅନୁସାରେ ଯୁଦ୍ଧ ପରେ ଲୋକମାନଙ୍କ ଘର ସଜାଡିବା ଓ ସେ ଅଂଚଳର ଭିତିଭୂମି ସଜାଡିବା ପାଇଁ ଆମ ସେନା ଉଲ୍ଲେଖନୀୟ କାର୍ଯ୍ୟକରି ବିଶ୍ୱ ସମୁଦାୟ ଆଗରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ୧୯୭୧ ଯୁଦ୍ଧ ଆମ ପାଇଁ ଉଲ୍ଲେଖନୀୟ ସଫଳତା ବୋଲି ପ୍ରକାଶ କରିବା ସହିତ ଆମର ସାର୍ବଭୌମତ୍ୱକୁ ରକ୍ଷା କରିବାରେ ନୂତନ ପିଢିଙ୍କ ପାଇଁ ବାର୍ତା ରହିଛି ବୋଲି ସେ କହିଥିଲେ ।

ଆଇ.ଆର.ସି ଭିଲେଜରେ ରହୁଥିବା ୧୯୭୧ର ଅନ୍ୟତମ ବୀର ଯୋଦ୍ଧା ବ୍ରିଗେଡିୟର ବି.ଏନ୍‌.ପଣ୍ଡା କହିଲେ ଯେ, ସେ ଜଣେ ଡାକ୍ତର ଭାବେ ଯୁଦ୍ଧରେ ୨୩ ବର୍ଷ ବୟସରେ ନୂଆ ନୂଆ ଯୋଗଦାନ କରିଥା’ନ୍ତି । ଯୁଦ୍ଧ ସମୟରେ ସେମାନେ କିପରି ମାଟି ଓ ଛଣର ଆଶ୍ରୟରେ ସତର୍କତା ଅବଲମ୍ବନ କରି ରହୁଥିଲେ, ଯୁଦ୍ଧରେ ଆହତ ହୋଇଥିବା ସୈନିକମାନେ କିପରି ଅଳ୍ପ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ଯୁଦ୍ଧ କ୍ଷେତ୍ରକୁ ଯିବା ପାଇଁ ସଙ୍ଗେ ସଙ୍ଗେ ଆଗ୍ରହ ପ୍ରକାଶ କରୁଥିଲେ ତାହା ବର୍ଣ୍ଣନା କରିଥିଲେ । ଥରେ ତାଙ୍କର ଅତି ନିକଟରେ ଏକ ଗୁଳି ଚାଲିଯାଇଥିଲା ।

ଏହି ଅନୁଭୂତିକୁ ନେଇ ସେ କହିଲେ ଯେ, ଯେପର୍ଯ୍ୟନ୍ତ ତୁମ ନାମରେ ଗୁଳି ଲେଖା ହୋଇନାହିଁ, ସେ ପର୍ଯ୍ୟନ୍ତ ତୁମ ଜୀବନ ଯାଇନାହିଁ । ସେହିପରି ସ୍ୱର୍ଗତ ଲେଫ୍ଟନାଣ୍ଟ ଜେନେରାଲ କେ.ପି.ଡି ସାମନ୍ତଙ୍କ ପତ୍ନୀ ଶ୍ରୀମତୀ ସୁମଞ୍ଜଳୀ ଦେବୀଙ୍କ ଘରକୁ ବିଜୟ ମଶାଲ ଯାତ୍ରା କରିଥିଲା । ଦେଶ ପକ୍ଷରୁ ୧୯୭୧ ଯୁଦ୍ଧରେ ତାଙ୍କ ପତି ଅଂଶଗ୍ରହଣ କରିଥିବାରୁ ସେ ଗର୍ବିତ ବୋଲି ପ୍ରକାଶ କରିଥିଲେ । ସବୁସ୍ଥାନରେ ଯୁଦ୍ଧ ବୀର ଯବାନଙ୍କ ପରିବାର, ସଂପର୍କିୟମାନେ ଉପସ୍ଥିତ ରହି ବିଜୟ ମଶାଲକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ‘ଭାରତମାତା କି ଜୟ’ସ୍ଲୋଗାନରେ ଯୁଦ୍ଧ ବୀରମାନଙ୍କ ବାସଗୃହ ପ୍ରକମ୍ପିତ ହୋଇଥିଲା ।

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026

Recent News

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ

June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

June 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version