No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ୨୦୨୧ ସୁପି୍ରମ କୋର୍ଟର ମାନ୍ୟବର ଜଜ୍ ଏବଂ ସୁପି୍ରମ କୋର୍ଟର ଇ-କମିଟିର ଅଧ୍ୟକ୍ଷ ଡ. ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଆଜି ଅନୁଗୋଳ ଓ ନୟାଗଡ଼ ଜିଲ୍ଲା ପାଇଁ ଆଦର୍ଶ ଆଭାସୀ କୋର୍ଟରୁମ୍ର ଶୁଭଉଦ୍ଘାଟନ ସହ କେଶ୍ ସମ୍ବନ୍ଧୀୟ ସୂଚନା ନିମନ୍ତେ ଇ-କଷ୍ଟଡି ସାର୍ଟିଫିକେଟ୍ ସିଷ୍ଟମ ଏବଂ ମାମଲା ସମ୍ବନ୍ଧିତ ସୂଚନା ପ୍ରଦାନ ନିମନ୍ତେ

ସ୍ୱୟଂକ୍ରିୟ ଇ-ମେଲ୍ ସର୍ଭିସର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଡ. ଜଷ୍ଟିସ୍ ଏସ୍. ମୁରଲୀଧର, ଓଡ଼ିଶା ହାଇକୋର୍ଟର ଜଜ ଏବଂ ହାଇକୋର୍ଟର ଆଇଟି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କମିଟିର ଅଧ୍ୟକ୍ଷ ମାନ୍ୟବର ଶ୍ରୀ ଜଷ୍ଟିସ୍ ବିଶ୍ୱଜିତ ମହାନ୍ତି,

ଓଡ଼ିଶା ହାଇକୋର୍ଟର ଜଜ୍ ଏବଂ ହାଇକୋର୍ଟର ଆଇଟି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କମିଟିର ସଦସ୍ୟ ମାନ୍ୟବର ଶ୍ରୀ ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ସମେତ କୋର୍ଟର ଅନ୍ୟ ମାନ୍ୟବର ଜଜ୍ମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ ଶ୍ରୀ ଅଶୋକ କୁମାର ପରିଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା,

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ପୋଲିସ ମହାନିର୍ଦ୍ଦେଶକ (କାରାଗାର) ଶ୍ରୀ ସନ୍ତୋଷ ଉପାଧ୍ୟାୟ, ଅନୁଗୋଳର ଜିଲ୍ଲା ଜଜ୍ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରଥ, ନୟାଗଡ଼ର ଜିଲ୍ଲା ଜଜ୍ ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ସମେତ ରାଜ୍ୟର ଅନ୍ୟ ପଦାଧିକାରୀ ପ୍ରମୁଖ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

No Result
View All Result