No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ନଭେମ୍ବର ସୋମବାର ) ବଡଚଣା :- ଯାଜପୁର ଜିଲ୍ଲା ଚଣ୍ଡୀଖୋଲ ନିକଟସ୍ଥ ଧାନମଣ୍ଡଳସ୍ଥିତ ସରସ୍ଵତୀ ଶିଶୁମନ୍ଦିର ଠାରେ ଉଦୀୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମାଗଣା ମେଗା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନଙ୍କଦ୍ବାରା କର୍କଟ ରୋଗର ଚିକିତ୍ସାସହିତ ରକ୍ତଶର୍କରା, ଉଚ୍ଚ ରକ୍ତଚାପ, ଅମ୍ଳଜାନ ପରିପକ୍ବ ପରୀକ୍ଷା, ପ୍ଲସରେଡଚେକ୍ଅପ୍,ହ୍ରୁଦ ସ୍ପନ୍ଦନ ଯାଞ୍ଚ ଆଦି କରାଯାଇଥିଲା ।
ଡାକ୍ତର ସଲିଳ ଦାସ ,ସୌରଭ କୁମାର ମିଶ୍ର, ଦେବଶ୍ରିତା ନନ୍ଦ, ସୋମରାଜ ନନ୍ଦ, ଅଜୟ କୁମାର ପ୍ରଧାନ, ସୁନୀଲ ଜୟାଲ,ସୁଭାସିସ ତ୍ରିପାଠୀ ,କୈବଲ୍ୟ ମହାପାତ୍ର ରୋଗୀମାନଙ୍କର ଚିକିତ୍ସା କରିଥିଲେ ।ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ଉଦ୍ଘାଟନ କରିଥିଲାବେଳେ ,ବିଧାୟକ ଅମର ପ୍ରସାଦ ଶତପଥୀ ଶିବିରକୁ ଉଦ୍ ଯାପନ କରିଥିଲେ ।ଅନ୍ଯତମ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ବିଭାଷ ଚନ୍ଦ୍ର ନନ୍ଦ, ରାମଚନ୍ଦ୍ର ଶୁକ୍ଳ, କାହ୍ନୁଚରଣ ସାହୁ ,ଦେବରାଜ ବେହେରା,
ଅନୀଲ କୁମାର ଦାସ,ପଣ୍ଡିତ ହିମାଂଶୁ ଶେଖର ପଣ୍ଡା,ଅନନ୍ତ ପ୍ରସାଦ ମାହାଲା ପ୍ରମୁଖ ଯୋଗ ଦେଇଥିଲେ ।ଉକ୍ତ ଶିବିରକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ଅବିନାଶ ଜେନା ,ଉପସଭାପତି ପ୍ରକାଶ କୁମାର ନାୟକ ,କାର୍ତ୍ତିକ ଚନ୍ଦ୍ର ଜେନା ,ଚନ୍ଦନ କୁମାର ପଣ୍ଡା ,ସାଗର ରଞ୍ଜନ ନାୟକ, ତାପସ ରଞ୍ଜନ ସ୍ବାଇଁ,ଅଜିତ କିଶୋର ନାୟକ, କନକ ଲତା ସାମଲ,ତ୍ରିଲୋଚନ ଦାଶ, ସୌମ୍ଯରଞ୍ଜନ ଦାସ, ଶିବ ନାୟକ, ଉଲ୍ଲାସ କୁମାର ସାହୁ ,ଅବିନାଶ ପଣ୍ଡା ,ସଞ୍ଜୟ ନାୟକ, ଦୟାନିଧି ବିଶ୍ବାଳ ,
ରଞ୍ଜନା ପରବିନ୍, ବିକ୍ରମ ସାମଲ,ଜ୍ଞାନରଞ୍ଜନ ଦାସ, ହିମାଂଶୁ ଭୂଷଣ ବରାଳ,ରଞ୍ଜନ ସିଂହ, ସନ୍ତୋଷ କୁମାର ସାହୁ ଭିକାରୀ ସାମଲ, ଅନୀଲ କୁମାର ପାତ୍ର।ଏହି ଶିବିରରେ ୨୦୦ରୁ ଊର୍ଦ୍ଧ୍ବ ଗ୍ରାମାଞ୍ଚଳର ରୋଗୀମାନେ ଚିକିତ୍ସିତ ହୋଇଥିଲେ ।

No Result
View All Result