ଓଡ଼ିଶା ତାଜା ନ୍ୟୁଜ୍ (୦୧ ନଭେମ୍ବର ସୋମବାର ) ରଣପୁର :- ବିଜୁ ଜନତା ଦଳର ଲୋକପ୍ରିୟ ନେତା ତଥା ସଭାପତି ଆଜିର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାରେ ଜନସାଧାରଣ ଙ୍କ ଦରବୃଦ୍ଧି ଯୋଗୁଁ ହେଉଥିବା ପ୍ରତିକ୍ରିୟା ପାଇଁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବେଳେ ରଣପୁର ନିର୍ବାଚନ ମଣ୍ଡଳୀ ରେ ମହିଳା ମାନଙ୍କ ଦ୍ୱାରା ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଏବଂ ବିଜେଡି ସୁପ୍ରିମୋ ଙ୍କ ନିଷ୍ପତ୍ତି କୁ ଅକ୍ଷରେ ଅକ୍ଷରେ ପାଳନ କରି ଆଜି ଏକ ପ୍ରତିବାଦ ଆନ୍ଦୋଳନ କରାଯାଇଥିଲା । ତେବେ ଦଳ ସୁପ୍ରିମୋ ଙ୍କ ନିଷ୍ପତ୍ତି କୁ କାର୍ଯ୍ୟକାରୀ କରିବା ପାଇଁ ଆଜି ରଣପୁର ବ୍ଲକର ମହିଳା ନେତ୍ରୀ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ନର୍ମଦା ରାୟ ଙ୍କ ନେତୃତ୍ୱରେ ପ୍ରାୟ ୩୦୦ ରୁ ଅଧିକ ମହିଳା
ରଣପୁର ଶହୀଦ ରଘୁଦିବାକର ମଣ୍ଡପ ନିକଟରେ ଏକତ୍ରିତ ହୋଇ ପାଇଁ ଶହୀଦ ରଘୁନାଥ ମହାନ୍ତି , ଶହୀଦ ଦିବାକର ପରିଡା ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ରାଲି କରି ରଣପୁର ବ୍ଲକ ପର୍ଯ୍ୟନ୍ତ ଯାଇଥିବା ଜଣା ପଡ଼ିଛି । ତେବେ ପଦଯାତ୍ରା ରେ ବିଜୁ ଜନତା ଦଳର ଶତାଧିକ କର୍ମୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଦେଖାଦେଇଥିଲା ।
ରଣପୁର ର ବଡ଼ଦାଣ୍ଡ ମଧ୍ୟ ଦେଇ ଗତି କରି ପିଡବ୍ଲୁଡି ଛକ ଠାରୁ ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ନର୍ମଦା ରାୟ ଙ୍କ ସଭାପତିତ୍ୱ ରେ ଏକ ସଭା ର ମଧ୍ୟ ଆୟୋଜନ କରାଯାଇ ଥିଲା ସେହି ସଭାରେ ରଣପୁର ବ୍ଲକ ମହିଳା ବିଜୁ ଯୁବ ଜନତା ଦଳର କୋଷାଧ୍ୟକ୍ଷ ପ୍ରତିଭା ମହାନ୍ତି ,