No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ନଭେମ୍ବର ସୋମବାର ) ବଡଚଣା :- ସମ୍ପ୍ରତି ସମୟରେ ଦେଶରେ ରନ୍ଧନ ଗ୍ୟାସ ଓ ,ଡିଜେଲ,ପେଟ୍ରୋଲ,ଖାଇବା ତେଲ ତଥା ନିତ୍ୟ ବ୍ୟବ ହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ଦାମ ର ବୃଦ୍ଧି କୁ ବିରୋଧ କରି ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯାଉ ଥିବା ବେଳେ ବଡଚଣା ବ୍ଲକ ସମ୍ମୁଖ ରେ ବିଜୁ ଜନତା ମହିଳା ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିବାଦ କରିବା ସହିତ କେନ୍ଦ୍ର ସରକାରଙ୍କ ଶୋଷଣ ନୀତିକୁ ସମାଲୋଚନା କରି ଥିବା ଦେଖିବାକୁ ମିଳିଛି । ମୋଦି ସରକାର ଙ୍କ ଉଜ୍ଜ୍ୱଳ ଯୋଜନା ଏବେ ପ୍ରତାରଣା ରେ ପରିଣତ ହେବା ସହିତ ଦେଶରେ କୋଟି କୋଟି ମହିଳାଙ୍କୁ ଲୁଟିବାରେ କେନ୍ଦ୍ର ସରକାର ଲାଗି ପଡିଛନ୍ତି ବୋଲି ପ୍ରତିକ୍ରିୟାରେ ରଖିଛନ୍ତି ମହିଳା ମୋର୍ଚ୍ଚା ର ସଭାନେତ୍ରୀ କିଚିନା ମହାପାତ୍ର ।

ଏହି କାର୍ଯ୍ୟ କ୍ରମରେ ମାନ୍ୟବର ବିଧାୟକ ବଡଚଣା ଅମର ପ୍ରସାଦ ଶତପଥି ଯୋଗଦେଇ ଦେଶର ମହିଳା ମାନଙ୍କୁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇ ,ବାରମ୍ବାର ରନ୍ଧନ ଗ୍ୟାସ ଦର ଦାମ ବୃଦ୍ଧି କରିବା ଫଳରେ ସାଧାରଣ ମହିଳା ଙ୍କ ପକ୍ଷେରେ ଗ୍ୟାସ ଜଳାଇବା ଆଉ ସମ୍ଭବ ହୋଇ ପାରୁ ନ ଥିବା କଥା ଅଭିଯୋଗ କରିଛନ୍ତି,ଫଳରେ ଏହି ମହଙ୍ଗା ମାଡରେ ସାଧାରଣ ଗରିବ,ଖଟିଖିଆ,ଗରିବ ଲୋକ ମାନଙ୍କ ଉପରେ ସିଧା ସଳଖ ପ୍ରଭାବ ପଡୁଛି, କାହାକି ଖାଇବା ତେଲ,ଡାଲି,

ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଦାମ ବଢି ଚାଲିଛି,ତେବେ ଏହି ଦର ଦାମ ର ନିୟନ୍ତ୍ରଣ କରିବା ଦିଗରେ କେନ୍ଦ୍ର,ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିବା ବେଳେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆ ଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ । ଏହି ପ୍ରତିବାଦ ସଭାରେ ଶତାଧିକ ମହିଳା ଯୋଗ ଦେଇଥିବା ବେଳେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚରମ ବାଣୀ ଦେଇ ଥିବା ଦେଖିବାକୁ ମିଳିଛି ।

No Result
View All Result