No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ଭୁବନେଶ୍ୱର :- ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ କରିବା ପରିପେକ୍ଷିରେ କଟକ ସ୍ଥିତ କାର୍ଯ୍ୟାଳୟଠାରେ ଖେତ୍ରୀୟ ସହ ସମ୍ପାଦକ ମା. ଗୌରୀ ପ୍ରସାଦ ରଥଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଯୋଜନା ଓ ଧର୍ମରକ୍ଷା ନିଧି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ପରିପେକ୍ଷିରେ ପ୍ରାନ୍ତ ସମ୍ପାଦକ ମା. ମହେଶ କୁମାର ସାହୁ ସଂଗଠନ ସୁଦୃଢୀ କରଣ ଉପରେ ଆଲୋକପାତ କରିଥିଲେ ।
ପ୍ରାନ୍ତ ଉପସଭାପତି ମା.ପ୍ରଶାନ୍ତ କୁମାର ପଣ୍ଡା ସଂଗଠନ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପ୍ରାନ୍ତ ସଂଗଠନ ମନ୍ତ୍ରୀ ମା. ଆନନ୍ଦ କୁମାର ପାଣ୍ଡେ ସଂଗଠନ ର ରୂପରେଖ ଓ କେନ୍ଦ୍ରୀୟ ବୈଠକ ଉପରେ ସୂଚନା ଦେଇଥିଲେ । ଏହି ଅବସରରେ ପ୍ରାନ୍ତ ସହ ଅନେକ ଜିଲ୍ଲାର ଦାୟିତ୍ୱ ଘୋଷଣା କରାଯାଇଛି । ଏଥିମଧ୍ୟରୁ ଭୁବନେଶ୍ୱର ମହାନଗର ସମ୍ପାଦକ ଭାବେ ଶ୍ରୀ ଶୁଭ୍ରାଂଶୁ ଶେଖର ଶତପଥୀ, ପୁରୀ ବିଭାଗ ସଂଗଠନ ମନ୍ତ୍ରୀ ଭାବେ ଶ୍ରୀ ବିଭୁତି ଭୂଷଣ ମହାପାତ୍ର, ବିଭାଗ ବଜରଙ୍ଗ ଦଳ ସଂଯୋଜକ ଭାବେ ପ୍ରଭାତ ତ୍ରିପାଠୀଙ୍କ ନୂତନ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମକୁ ପ୍ରାନ୍ତ ସହ ସମ୍ପାଦକ ମା.ଉମାସଙ୍କର ଆଚାଯ୍ୟ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ସହ ସମ୍ପାଦକ ଇନ୍ଦ୍ରମଣି ମଲ୍ଲିକ, କାର୍ଯ୍ୟାଳୟ ପ୍ରମୁଖ ଉପେନ୍ଦ୍ର ଭାଇ ସତସଙ୍ଘ ପ୍ରମୁଖ ଅଜୟ ଭାଇ ପୁରୀ ବିଭାଗ ସମ୍ପାଦକ ଶରତ କୁମାର ମହାପାତ୍ର ଓ ଖୋର୍ଦ୍ଧା ବିଭାଗ ସମ୍ପାଦକ ପିଙ୍କୁ ଭାଇ ଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଶତାଧିକ କାର୍ଯ୍ୟକର୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
No Result
View All Result