No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସିମିଳି ସାହି କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହେବା ସହ ଚେୟାର ପର୍ସନ ଓ ଭାଇସ୍ ଚେୟାର ପର୍ସନ ଚୟନ କରାଯାଇଥିଲା । ୧୯ ଜଣ ସଦସ୍ୟ ଙ୍କୁ ନେଇ ବିଦ୍ୟାଳୟ ର ପରିଚାଳନା କମିଟି ଗଠନ କରାଯାଇଛି । ୧୯ ଜଣ ଙ୍କ ମଧ୍ୟରୁ ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଖାଲ ମଡ଼ା ରେ ଚେୟାର ପର୍ସନ ଭାବେ ଅମିୟ କୁମାର ରଥ,
ଭାଇସ ଚେୟାର ପର୍ସନ ଭାବେ ପ୍ରମିଳା ନାୟକ, କନ୍ଧ ଖାଲମଡା ବିଦ୍ୟାଳୟ ରେ ଚେୟାର ପର୍ସନ ଭାବେ ଜୟନ୍ତୀ ମଲ୍ଲିକ, ଭାଇସ୍ ଚେୟାର ପର୍ସନ ଭାବେ ଉତ୍ତମ ମଲ୍ଲିକ, ଡ଼ମତୁଲ ବିଦ୍ୟାଳୟ ରେ ଚେୟାର ପର୍ସନ ଭାବେ ବଳଭଦ୍ର ଜାନୀ, ଭାଇସ ଚେୟାର ପର୍ସନ ଭାବେ ରଞ୍ଜନ ମଲ୍ଲିକ,ଚଡ଼କ ମରା ବିଦ୍ୟାଳୟରେ ଚେୟାର ପର୍ସନ ଭାବେ ପବିତ୍ର ଜାନୀ, ଭାଇସ ଚେୟାର ପର୍ସନ ଭାବେ ଜ୍ୟୋସ୍ନା ରାଣୀ ମଲ୍ଲିକ,ଦୁରୁଙ୍ଗି ବିଦ୍ୟାଳୟ ରେ ଚେୟାର ପର୍ସନ ଭାବେ ରଞ୍ଜିତ ବେହେରା,
ଭାଇସ ଚେୟାର ପର୍ସନ ଭାବେ ସୁବୁନି ବେହେରା, ସିମିଳି ସାହି ବିଦ୍ୟାଳୟରେ ଚେୟାର ପର୍ସନ ଭାବେ କେଶବ ମଲ୍ଲିକ, ଭାଇସ ଚେୟାର ପର୍ସନ ଭାବେ ଶାନ୍ତିଲତା ପ୍ରଧାନ, ଜାକେଡ଼ା ଆଶ୍ରମ ବିଦ୍ୟାଳୟରେ ଚେୟାର ପର୍ସନ ଭାବେ ସାବିତ୍ରୀ ପ୍ରଧାନ, ଭାଇସ୍ ଚେୟାର ପର୍ସନ ଭାବେ ସୁବାସ ଚନ୍ଦ୍ର ପ୍ରଧାନ ଏବଂ ବାଡି ବାରି ସେବାଶ୍ରମ ବିଦ୍ୟାଳୟରେ ଚେୟାର ପର୍ସନଭାବେ ବନମାଳୀ ମଲ୍ଲିକ, ଭାଇସ ଚେୟାର ପର୍ସନ ଭାବେ ବେଣୁଧର ମଲ୍ଲିକ ଙ୍କୁ ଚୟନ କରାଯାଇଥିବା ଜଣାପଡିଛି । ସି ଆର୍ ସି ସି ନିମେ଼ଇ ଚରଣ ସାହୁ ଙ୍କ ଉପସ୍ଥିତିରେ ପ୍ରତ୍ୟେକ ବିଦ୍ୟାଳୟ ରେ ପରିଚାଳନା କମିଟି ଗଠିତ ହେବା ସହ ଚେୟାର ପର୍ସନ ଓ ଭାଇସ ଚେୟାର ପର୍ସନ ଚୟନ କରାଯାଇଥିଲା ।
No Result
View All Result