No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଖାଲ ମଡ଼ା ର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ କୋଭିଡ୍ ଟେଷ୍ଟ୍ କରାଯିବା ସହ ଶାରୀରିକ ସୁସ୍ଥତା ପାଇଁ ଉଚ୍ଚତା ,ଓଜନ ଆଦି ପରୀକ୍ଷା କରାଯାଇଥିଲା। ମହିପୁର ସି ଏଚ ସି ସ୍ବାସ୍ଥ୍ୟ କେନ୍ଦ୍ର ଆର୍ ବି ଏସ କେ – ୨ ର ଡାକ୍ତର ବ୍ରଜ କିଶୋର ସାହୁ, ଅଭିପ୍ସା ପଟ୍ଟନାୟକ,
ଫାର୍ମାସିଷ୍ଟ ଜୀବନ ଜ୍ୟୋତି ସାହୁ,ଏ ଏନ୍ ଏମ୍ ଅର୍ଚ୍ଚନା ମୟୀ ନାୟକ ଛାତ୍ର ଛାତ୍ରୀ ଙ୍କ କୋଭିଡ୍ ଟେଷ୍ଟ୍ କରିବା ସହିତ ଓଜନ, ଉଚ୍ଚତା ପରୀକ୍ଷା କରିଥିଲେ । ୨୪ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ କୋଭିଡ଼ ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ଙ୍କ ରିପୋର୍ଟ ନେଗେଟିଭ ଥିବା ଜଣା ପଡିଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ,ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ ,ସୋମନାଥ ପରିଡ଼ା ସହଯୋଗ କରିଥିଲେ ।
No Result
View All Result