No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ବୈପାରିଗୁଡା :- କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେଥିବା ସହିଦ ଲକ୍ଷ୍ମଣ ନାୟକ ଜନ୍ମପୀଠ ତେନ୍ତୁଳିଗୁମ୍ମା ଗ୍ରାମକୁ ଲୋକକଳା ଗ୍ରାମ ଭାବେ ଘେଷଣା କରିବା ଓ ବୈପାରିଗୁଡା ଗ୍ରାମରେ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ଏକ ସଂଗ୍ରହାଳୟ ନିର୍ମାଣ କରିବା ନେଇ ସହିଦ ଲକ୍ଷ୍ମଣ ନାୟକ ଯୁବସେନା ଓ ତେନ୍ତୁଳିଗୁମ୍ମା ପଚଂୟତବାସୀଙ୍କ ତରଫରୁ ଏକ ଦାବିପତ୍ର ଓଡିଶା ସରକାରଙ୍କ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିଦ୍ଧେଶକ ରଞ୍ଜନ କୁମାର ଦାସଙ୍କୁ ପ୍ରଦାନ କରାଯାଇଛି !
ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିଦ୍ଧେଶକ ରଞ୍ଜନ କୁମାର ଦାସ ଓ ସେହି ବିଭାଗର ପ୍ରକଳ୍ପ ସଂଯୋକ- Basudev Malbishoyi , ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାତି ଅବନୀ ମିଶ୍ର ଆଜି ମାଲକାନଗିରି ଜିଲ୍ଲାକୁ ଗସ୍ତ କରୁଥିବା ଖବର ମିଳିବା ମାତ୍ର ବୈପାରିଗୁଡା ମୁଖ୍ୟ ଛକରେ ସହିଦ ଲକ୍ଷ୍ମଣ ନାୟକ ଯୁବସେନା ର ସଦସ୍ୟ ମାନେ ଅପେକ୍ଷା କରି ଶ୍ରୀଯୁକ୍ତ ଦାସଙ୍କ ଗାଡି ଅଟକାଇବା ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା ମଧ୍ୟ କରିଛନ୍ତି
ଯୁବସେନା ଓ ତେନ୍ତୁଳିଗୁମ୍ମା ପଚଂୟତ ବାସୀ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରକୁ ନିଦ୍ଧେଶକ ରଞ୍ଜନ କୁମାର ଦାସ ଗ୍ରହଣ କରିବା ସହ ସରକାରଙ୍କ ସହ ଆଲୋଚନା କରି ପୁରଣା କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି ! ଏହି ଦାବିପତ୍ର ପ୍ରଦାନ ସମୟରେ ସହିଦ ଲକ୍ଷ୍ମଣ ନାୟକ ଯୁବସେନାର ସନିଆ ଶୁକ୍ରି, ଅଭିମନ୍ୟୁ ରଗଡି,ଭୀମସେନ ହରିଜନ,କେଶବଖିଲ,ଜଗନ୍ନାଥ ନାୟକ,ସନୁ ତେନ୍ତୁଲିପଡିଆ, ତେଜ୍ବଶୀର ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ !
No Result
View All Result