ରୁପ୍ରା କଲ୍ୟାଣ ମଣ୍ଡପ ଗୃହରେ ପ୍ରେସ କ୍ଲବର ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା କଲ୍ୟାଣ ମଣ୍ଡପ ଗୃହରେ ପଲମ ପ୍ରେସ କ୍ଲବର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରେସ କ୍ଲବ ସଭାପତି ଭିକାରୀ ଗଉଡ ଅଧ୍ୟକ୍ଷତା କରିଥିଲେ । ପ୍ରେସ କ୍ଲବର ନିତି ନିୟମକୁ ଶୃଙ୍ଖଳାର ସହିତ ସମସ୍ତେ ଆପଣେଇବାକୁ ସଭାପତି ମତ ରଖିଥିଲେ । ପ୍ରେସ କ୍ଲବରେ ନର୍ଲା ଧରିତ୍ରୀ ପ୍ରତିନିଧି ସନ୍ତୋଷ ପାତ୍ରଙ୍କୁ ଉପସଭାପତି ରୂପେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି ।

ବୈଠକରେ ଜାତୀୟ ପ୍ରେସ ଦିବସ ନଭେମ୍ବର ୧୬ ପାଇଁ ବିସ୍ତୃତ ଆଲୋଚନା କରାଯାଇଛି । ପଲମ ପ୍ରେସ କ୍ଲବର ନାମ ପରିବର୍ତ୍ତନ କରାଯାଇ ନ୍ୟୁ ପ୍ରେସ କ୍ଲବ ନର୍ଲା ନାମରେ ନାମିତ କରି ଏହାର କାର୍ଯ୍ୟଧାରକୁ ବ୍ୟାପକ କରାଯାଇଛି। ବୈଠକରେ ପ୍ରେସ କ୍ଲବ ସଭାପତି ଭିକାରୀ ଗଉଡ, ସମ୍ପାଦକ ଅଜୟ ସେନାପତି, ସନ୍ତୋଷ ପାତ୍ର, ପ୍ରଦୀପ କୁମାର ଗଉଡ, ସଞ୍ଜିବ ଦାସ, ଖଗେଶ୍ବର କୁମାର,ଜୀବରଧନ ସାହୁ ପ୍ରମୁଖ ସାମ୍ବାଦିକମାନେ ଯୋଗଦେଇଥିଲେ ।