No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) କନ୍ଧମାଳ, ଭୁବନେଶ୍ୱର :- କନ୍ଧମାଳ ଗସ୍ତରେ ଥିବା ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡିଛନ୍ତି । ଗତକାଲି ଏକ କାର୍ଯ୍ୟକ୍ରମ ସମୟରେ ବର୍ଷାରେ ଭିଜିଯିବାରୁ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡିଛନ୍ତି। ଜ୍ୱର ଓ ଉଚ୍ଚ ରକ୍ତଚାପ ରେ ପୀଡିତl ହେବା ସହିତ ଅତ୍ୟଧିକ ଥଣ୍ଡାଯୋଗୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ସେଠାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଛି I ଏଆର ଆମ୍ବୁଲାନ୍ସ ଶନିବାର ରାତିରେ ମନ୍ତ୍ରୀ ଫୁଲବାଣୀ ସର୍କିଟ ହାଉସରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ।

ଦେହରେ ଜ୍ୱର ସହ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ l ଏକ ଡାକ୍ତରୀ ଟିମ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି । ରବିବାର ମନ୍ତ୍ରୀ ଙ୍କୁ ଏୟାର ଲିଫ୍ଟ ରେ ଭୁବନେଶ୍ୱର ଆଣିବାପାଇଁ ସମସ୍ତ ବ୍ୟବସ୍ତା କରାଯାଇଛି । ମନ୍ତ୍ରୀ ତୁମୁଡିବନ୍ଧରେ ସମୀକ୍ଷା କରୁଥିବା ବେଳେ ବର୍ଷାରେ ଭିଜିଯିବାରୁ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇ ପଡିଥିଲେ ଉଲ୍ଲେଖନିୟ ଯେ, ଅସୁସ୍ଥ ହେବା ପୂର୍ବରୁ ମନ୍ତ୍ରୀ ଶ୍ରୀ ଜେନା ରବିବାର କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍ ରେ ଅୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମୀକ୍ଷା କରିଥିଲେ

No Result
View All Result