No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅକ୍ଟୋବର ରବିବାର) ବରଗଡ଼ :- ବରଗଡ଼ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ଓସଓ୍ବାନ ହଲ ଠାରେ ଭାରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ର ସମସ୍ତ ବ୍ଳକ ଠାରେ ଉକ୍ତ ଅଞ୍ଚଳର ଅଧିକାରୀ ଏବଂ ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠିତ ବୈଠକରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟୋକନ ମାଧ୍ୟମରେ ଧାନ କିଣା ବିକା ହେବ । ଟୋକନ ର ଅବଧି ୩୦ଦିନ ରହିବ । ଧାନ କିଣା ବିକା ଜିଲ୍ଲା ର ୫୮ ଟି ପ୍ୟାକ୍ସ,୨୭ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା କିଣା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ସେହିପରି FAQ ମାନର ଧାନ କୁ ଅଗ୍ରାଧିକାର ଭିତ୍ତିରେ କିଣା ଯିବ। ସେହିଭଳି ସପ୍ତାହ ରେ ମଣ୍ଡି ଗୁଡିକ ୬ ଦିନ ଖୋଲା ରହିବ। ମାର୍କେଟ ୟାର୍ଡ ବ୍ୟତୀତ ଜିଲ୍ଲା ର ୨୦୭ ଟି ଅସ୍ଥାୟୀ କେନ୍ଦ୍ର ରେ ଧାନ ସଂଗ୍ରହ କରିବାକୁ ସ୍ଥିର ହୋଇଛି। ଆସନ୍ତା ୨୫ ତାରିଖ ରୁ ଅତାବିରା ଓ ଭେଡେନ ବ୍ଲକ ର ମଣ୍ଡି ଗୁଡିକ ଖୋଲିବାକୁ ଥିବା ବେଳେ ବରଗଡ଼ ବ୍ଲକ ନଭେମ୍ବର ୨୮ରେ, ଏବଂ ଅନ୍ୟ ସମସ୍ତ ବ୍ଲକ୍ ଅଞ୍ଚଳରେ ଡିସେମ୍ବର ୧୧ରୁ ଧାନ କିଣା ବିକା ହେବ ।
ଓସଓ୍ବାନ ହଲ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ମୁଖ୍ୟ ଯୋଗାଣ ଅଧିକାରୀ ରଜନୀ କାନ୍ତ ଦାଶ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result