No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ନୟାଗଡ଼ :- ବାଲ୍ୟବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ଯୁନିସେଫ ର ମିଳିତ ସହଯୋଗରେ କିଶୋରକିଶୋରୀ ମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି ଅଧିବେଶନରେ ଜିଲ୍ଲାପାଳ ଡାଃ । ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ । ବାଲ୍ୟ ବିବାହ ର କାରଣ, ଏହାର କୁପରିଣାମ ବିଷୟରେ କିଶୋର କିଶୋରୀ ମାନଙ୍କୁ ଜିଲ୍ଲାପାଳ ବୁଝାଇଥିଲେ ।
ଶିକ୍ଷା ଗ୍ରହଣ ବାଲ୍ୟ ବିବାହ ରୋକିବାରେ କିପରି ସହାୟକ ହୋଇପାରିବ ଏ ବିଷୟରେ ଜଣାଇଥିଲେ । ଶିକ୍ଷା ସହ ଅଧାରୁ ପାଠ ଛାଡିଥିବା ତଥା ବାଲ୍ୟ ବିବାହ ଭଳି କୁ ପ୍ରଥାର ଶିକାର ହେଉଥିବା ପିଲାମାନଙ୍କର ଥଇଥାନ କରିବା ଦିଗରେ ଆଲୋକପାତ କରିଥିଲେ । ତୃଣମୂଳ ସ୍ତରରେ ବିଶେଷ କରି ଗ୍ରାମାଞ୍ଚଳ ରେ ମୁଖିଆମାନେ ବାଲ୍ୟବିବାହ କୁ ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଦର୍ଶଯାଇଥିଲା । ଏହି ପରିକ । ର୍ଜ୍ୟକ୍ରମ ଦ୍ଵାରା କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ସଙ୍ଗେ ସଙ୍ଗେ କୌଶଲ ବୃଦ୍ଧି କରାଇବା ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା ଆଲୋକପାତ କରିଥିଲେ ।
ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଶକ୍ତିପ୍ରକାଶ ମିଶ୍ର ବାଲ୍ୟ ବିବାହ ରୋକିବା ଦ୍ଵାରା କୁପୋଷଣ ଶିଶୁ ଏବଂ ଅଧିକ ଗର୍ଭପାତ ଭଳି ସମସ୍ଯା ରୁ ନିର୍ଯାତ ପାଇହେବ ଏବଂଏଥିନିମନ୍ତେ ପ୍ରସ୍ତର ଭାବରେ ସଚେତନତା ର ଆବଶ୍ୟକତା ରହିଛି ବୋଲି ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ରନାଥ ବଡଜେନା,ଅତିରିକ୍ତ ଜିଲ୍ଲାପ । ଳବାଲ୍ୟ ବିବାହ କୁ ନେଇ ସେମାନଙ୍କର ଅନୁଭୂତି, ଶିଶୁ ଅଧିକାର ଓ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ ।
ୟୁନିସେଫ ଓ ଆକ୍ସନେଡ ଜିଲ୍ଲା ସଞ୍ଜୋଜିକା ବାଲ୍ୟ ବିବାହ ର କାରଣ, ଏହାର ପ୍ରଭାବ, ସାମାଜିକଓ ଆଇନ୍ଗତ ବ୍ୟବସ୍ଥା, ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ । ବୈଠକରେ ବାଲ୍ୟ ବିବାହକୁ ରୋକିବା ଲାଗି ଚେଷ୍ଟା କରିଥିବା ୨୦ ଜଣ କିଶୋରୀ ମାନଙ୍କୁ ସଂମ୍ମାନିତ କରଯାଇଥିଲା । ଶେଷରେ ସମସ୍ତ ଅଂଶଗ୍ରହଣ କରି ବାଲ୍ୟ ବିବାହକୁ ପ୍ରତ୍ଯକ୍ଷ ଓ ପରୋକ୍ଷ ଭାବରେ ସହଯୋଗ ନକରିବା ଲାଗି ଶପଥ ପାଠ କରିଥିଲେ ।
No Result
View All Result